Categories: ଜାତୀୟ

ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ

ଇମ୍ଫାଲ,୧୪।୧: ଆଜିଠାରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ଏହି ଗସ୍ତ ପାଇଁ ରାହୁଲ ଗାନ୍ଧୀ ଦିଲ୍ଲୀରୁ ମଣିପୁରରେ ପହଞ୍ଚିଥିଲେ। ରାଜଧାନୀ ଇମ୍ଫାଲରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପତାକା ଦେଖାଇ ଏହି ଯାତ୍ରା ଶୁଭାରମ୍ଭ କରିଥିଲେ। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ବହୁ ବରିଷ୍ଠ ନେତା ମଧ୍ୟ ଏହି ଯାତ୍ରାରେ ଭାଗ ନେଉଛନ୍ତି। ଏହା ଜନସମ୍ପର୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।
ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପତାକା ଦେଖାଇ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମେତ ରାଜ୍ୟର ଅନେକ ନେତା ଉପସ୍ଥିତ ଥିଲେ।
‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରର ଥବୌଲଠାରେ ଖୋଙ୍ଗଜୋମ ଯୁଦ୍ଧ ମେମୋରିଆଲ ପରିଦର୍ଶନ କରିଥିଲେ। କଂଗ୍ରେସର ଏହି ଜନସମ୍ପର୍କ ଅଭିଯାନ ସମୟରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଆଗାମୀ ୬୭ ଦିନ ମଧ୍ୟରେ ୧୧୦ଟି ଜିଲା ଦେଇ ଯିବେ। ମୁମ୍ବାଇରେ ପହଞ୍ଚିବା ବେଳକୁ ସମୁଦାୟ ୬,୭୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବାକୁ ଯୋଜନା କରାଯାଇଛି।

 

 

Share