Categories: ଜାତୀୟ

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡି ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୧।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍‌ ଉପରେ ବୁଧବାର ଆକ୍ରମଣ କରାଯାଇଛି। କାର୍‌ ଉପରକୁ ପଥର ଫିଙ୍ଗାଯାଇଛି। ଯେଉଁଥିରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ପଥର ଫିଙ୍ଗିବା ପରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ କୌଣସି ସୂଚନା ନାହିଁ।

ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ମାଳଦା ଠାରେ ରାହୁଲ ଗାନ୍ଧୀଙ୍କ କନଭେକୁ ଟାର୍ଗେଟ କରାଯାଇଥିଲା। ସୂତ୍ର ଅନୁଯାୟୀ, କିଛି ଅରାଜକତାବାଦୀ ତତ୍ତ୍ୱ ଏହି ଆକ୍ରମଣ କରିଛନ୍ତି ଏବଂ ଏହି ଅରାଜକତାବାଦୀ ଉପାଦାନଗୁଡିକ ଶାସକ ଦଳ ସହ ଲିଙ୍କ ଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତକରଣ କରାଯାଇନାହିଁ।

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଭାରତ ଯୋଡୋ ନ୍ୟାୟ ଯାତ୍ରା ଦେଖିବା ପାଇଁ ମାଳଦା ଜିଲାର ଲାଭା ବ୍ରିଜ ନିକଟରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ତେବେ ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ରାହୁଲ ଏକ ବସ୍‌ ଯୋଗେ ଯାତ୍ରା କରୁଥିଲେ। ତାଙ୍କ କନଭେ ଉପରେ ହୋଇଥିବା ଆକ୍ରମଣରେ ଗାଡିର ପଛ କାଚ ଭାଙ୍ଗଯାଇଛି।

Share