Categories: ଜାତୀୟ

‘ଭାରତ ଯୋଡୋ ଯାତ୍ରା’ରୁ କଂଗ୍ରେସ ଆରମ୍ଭ କରିବ ୨୦୨୪ ନିର୍ବାଚନର ପ୍ରସ୍ତୁତି

ନୂଆଦିଲ୍ଲୀ,୨୧ ।୮: ‘ଭାରତ ଯୋଡୋ ଯାତ୍ରା’କୁ ନେଇ ବିଚାର ବିମର୍ଷ କରିବାକୁ କଂଗ୍ରେସ ଶନିବାର ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ଡାକିଥିଲା । ଏଥିରେ ବିରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ କନ୍ୟାକୁମାରୀରୁ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରୁଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯାତ୍ରା ୭ ସେପ୍ଟେମ୍ବରରୁ ଆରମ୍ଭ କରାଯାଇପାରେ ଓ ୧୪୮ ଦିନିଆ ଏହି ଯାତ୍ରା କଶ୍ମୀରରେ ଶେଷ ହୋଇପାରେ ।
ସୂଚନାଯୋଗ୍ୟ, ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମେ’ ମାସରେ ଦଳର ଚିନ୍ତନ ଶିବିରରେ ଏହି ଯାତ୍ରାର ଘୋଷଣା କରିଥିଲେ । କୁହାଯାଉଛି କି କଂଗ୍ରେସ ୨୦୨୪ର ସାଧାରଣ ନିର୍ବାଚନର ଶଂଖନାଦ ଏହି ଯାତ୍ରାରୁ କରିବ । ସୂଚନାଯେରାଗ୍ୟ, ୫ ମାସ ଧରି ଚାଲିବାକୁ ଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ୩ ହଜାର ୫ଶହ କିଲୋମିଟର ଓ ୧୨ରୁ ଅଧିକ ରାଜ୍ୟ ବୁଲିବ ଓ ପ୍ରତିଦିନ ପଦଯାତ୍ରା ୨୫ କିଲୋମିଟର କରାଯିବ ।

Share