ପଞ୍ଜାବ,୧୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ଅମୃତସରରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ସ୍ବର୍ଣ୍ଣ ମନ୍ଦିର ଗସ୍ତର ଫଟୋ କଂଗ୍ରେସ ଟୁଇଟ୍ କହିଛି, ପଞ୍ଜାବରେ ଭରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଏହି ଯାତ୍ରା ପଞ୍ଜାବରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଅମୃତସରରେ ଧାର୍ମିକ ଏକତାର ପ୍ରତୀକ ବିଶ୍ୱ ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରରେ ପ୍ରଣାମ କରି ଦେଶର ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ତେବେ ଅମୃତସରରେ କିଛି ଘଣ୍ଟା ରହିବା ପରେ ଏହି ଯାତ୍ରା ମଙ୍ଗଳବାର ସାରେ ଫତେହଗଡ ସାହିବରେ ପହଞ୍ଚିବ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।