ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ପଦଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୌସାସ୍ଥିତ ୟତ୍ର ମାର୍ଗ ନିକଟରେ ଥିବା ଏକ କୃଷକଙ୍କ ଘରେ କିଛି ସମୟ ଅଟକି ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଏକ ହାତ ଚାଳିତ ମେସିନ ଚଳାଇ ଘାସ କାଟିଥିଲେ। ‘ଭାରତ ଯୋଡୋ ଯାତ୍ରା’ର ଅଫିସିଆଲ ଟୁଇଟର୍ ହ୍ୟାଣ୍ଡେଲରେ ଏହାର ଫଟୋ ଶେୟାର ହୋଇଛି। ଏଥିରେ ଲେଖାଅଛି, ପ୍ରକୃତ ଭାରତୀୟ କେବଳ ଗ୍ରାମରେ ବାସ କରନ୍ତି। ଏଥିରେ ରାହୁଲ ଏକ ମେସିନ ଚଳାଉଛନ୍ତି। ଏଥିରେ ତାଙ୍କ ସହାୟତା କରୁଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।
‘ଭାରତ ଯୋଡୋ ଯାତ୍ରା’ ବର୍ତ୍ତମାନ ରାଜସ୍ଥାନର ଦୌସା ଜିଲା ଦେଇ ଯାଉଛି। ବକ୍ସର ସ୍ବିଟି ବୁରା ଏବଂ ଭାରତୀୟ ଜାତୀୟ କବାଡି ଦଳର ଅଧିନାୟକ ଦୀପକ ନିୱାସ ହୁଡା ମଧ୍ୟ ଗୁରୁବାର ଏହି ଯାତ୍ରାରେ ଭାଗ ନେଇଥିଲେ।