Categories: ଜାତୀୟ

ଭାରତ ଯୋଡୋ ଯାତ୍ରା ପାର୍ଟ-୨: ଗୁଜରାଟରୁ ମେଘାଳୟ ପଦଯାତ୍ରା…

ମୁମ୍ବାଇ,୮।୮ : ରାହୁଲ ଗାନ୍ଧୀ ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ପାର୍ଟ-୨ କରିବେ। ସେ ଏହି ପଦଯାତ୍ରା ଗୁଜରାଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ବୁଲିବା ସହ ଉତ୍ତର-ପୂର୍ବ ମେଘାଳୟ ରାଜ୍ୟରେ ପହଞ୍ଚିବେ। ଏହା ସହିତ ମହାରାଷ୍ଟ୍ରର କଂଗ୍ରେସ ୟୁନିଟ ସାରା ରାଜ୍ୟରେ ଏକ ଯାତ୍ରା କରିବ।

ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ଏମପିସିସି) ସଭାପତି ନାନା ପାଟୋଲ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ନାନା ପାଟୋଲ କହିଛନ୍ତି ଆସନ୍ତା ମାସରେ କଂଗ୍ରେସ ଏକ ବସ ଯାତ୍ରା କରି ଲୋକଙ୍କ ସହ କଥାବାର୍ତ୍ତା କରିବ ଏବଂ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଏବଂ ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କ ପର୍ଦ୍ଦାଫାଶ କରିବ।

ଆମକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ରାଜ୍ୟରେ ପଦଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହାରାଷ୍ଟ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପରବର୍ତ୍ତୀ ଗସ୍ତ ପାଇଁ ତାରିଖ ଉଲ୍ଲେଖ କରିନାହାଁନ୍ତି। ଏହାର କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ସେ ନିଜେ ପୂର୍ବ ବିଦର୍ଭରେ ପଦଯାତ୍ରାର ନେତୃତ୍ୱ ନେବେ, ଯେଉଁଥିରେ ୱାର୍ଡ଼, ଗାଡଚିରୋଲି, ଚନ୍ଦ୍ରପୁର, ଗୋଣ୍ଡିଆ, ଭଣ୍ଡାରା ଏବଂ ନାଗପୁର ଜିଲା ଅନ୍ତର୍ଭୁକ୍ତ ହେବ।

 

Share