‘ଭାରତ ମାତା କି ଜୟ’ ଏମିତି ଲେଖିଦେଲେ ରାଜସ୍ବ ମନ୍ତ୍ରୀ: ସୁଧାରିଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶରେ ପୁଣି ଥରେ ହର୍‌ ଘର୍‌ ତ୍ରିରଙ୍ଗର ଅଭିଯାନ ଆରମ୍ଭ ହୋଇଛି ।୧୩ ରୁ ୧୫ ଅଗଷ୍ଟରେ ନିଜ ଘର ଏବଂ ପ୍ରତିଷ୍ଠାନରେ ଜାତୀୟ ପତାକା ଲଗାଇବା ପାଇଁ ଆହ୍ବାନ ଦିଆଯାଇଛି। ରାଜ୍ୟ ଭାଜପା ପକ୍ଷରୁ ଲୋକସେବା ଭବନ ପରିସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରଯାଇଛି। ସମସ୍ତଙ୍କୁ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ନିଜ ଦେଶ ପ୍ରତି ସମ୍ମାନ ଜଣାଇବା ଏବଂ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି।
ଏହି ଅବସରରେ ଏକ ଦସ୍ତଖସ୍ତ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମଥର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ହିନ୍ଦ୍‌ ଲେଖି ଆରମ୍ଭ କରିଥିଲେ। ଏହି ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ଭୁଲ୍‌ କରିଦେଇଥିଲେ। ଭାରତ ମାତା ବଦଳରେ ଡାରତ ମାତା ଲେଖି ଦେଇଥିଲେ। ଏହାପରେ ସେଠାରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ତାହା ସୁଧାରିବାକୁ କହିଥିଲେ। ରାଜସ୍ବ ମନ୍ତ୍ରୀ ଏହାକୁ ଠିକ୍‌ କରିଥିଲେ।
ଏହାକୁ ନେଇ ବିରୋଧୀ ବିଜେଡି ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହାର ଏକ ଭିଡିଓ ଶୋୟର କରି କହିଛନ୍ତି, ଓଡ଼ିଆ ଜାତିର ଦୁର୍ଭାଗ୍ୟ ଆଜି ଏମିତି କୁଳାଙ୍ଗାରଙ୍କ ହାତରେ ଓଡ଼ିଶାର ଭାଗ୍ୟ ଡୋରି l ପୁରା କ୍ୟାବିନେଟ ଜୋକର୍‌ଙ୍କ ଆଡ୍ଡା ସ୍ଥଳୀ l ଅକ୍ଷର ଚିହ୍ନି ନ ଥିବା ଲୋକେ ଅସ୍ମିତା କଥା କହୁଛନ୍ତି।

Share