Categories: ବାଣିଜ୍ୟ

ଭାରତ ପେ’ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୮।୮:ଭାରତପେ’ର ନୂତନ ଉତ୍ପାଦ ଆଣ୍ଡ୍ରଏଡ୍‌ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ) ଟର୍ମିନାଲ୍‌’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଡେବିଟ୍‌-କ୍ରେଡିଟ୍‌ କାର୍ଡ, ୟୁପିଆଇ,ମୋବାଇଲ୍‌ ୱାଲେଟ୍‌ ଏବଂ ବାର୍‌ କୋଡ୍‌ ସହ ଡିଜିଟାଲ ପେମେଣ୍ଟ ମଧ୍ୟ ଗ୍ରହଣ ପାଇଁ ଏକାଧିକ ମୋଡ୍‌ ପ୍ରଦାନ କରିବ। ୨୦୨୦ରେ କମ୍ପାନୀ ଲିନକ୍ସ ଆଧାରିତ ପିଓଏସ୍‌ ଡିଭାଇସ୍‌ର ଶୁଭାରମ୍ଭ କରିଥିବା ବେଳେ ବର୍ତ୍ତମାନ ଦେଶର ୪୦୦ରୁ ଅଧିକ ସହରରେ ୨ଲକ୍ଷରୁ ଅଧିକ ପିଓଏସ୍‌ ମେଶିନ ନେଟ୍‌ୱାର୍କ ରହିଛି ଏବଂ ଏହା ପିଓଏସ୍‌ ବର୍ଗର ଶ୍ରେଷ୍ଠ ୩ ଫିନ୍‌ଟେକ କମ୍ପାନୀଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ସେହିଭଳି ଭାରତପେ ବ୍ୟବସାୟୀମାନଙ୍କୁ ଲିନକ୍ସ ଆଧାରିତ ପିଓଏସ୍‌ରୁ ନୂତନ ଆଣ୍ଡ୍ରଏଡ୍‌ ପିଓଏସ୍‌ ଡିଭାଇସ୍‌କୁ ଅପ୍‌ଗ୍ରେଡ୍‌ କରିବାକୁ ଏକ ବିକଳ୍ପ ଦେବ। ଏହା ସହ ଭାରତପେ ସ୍ବାଇପ୍‌ ଆଣ୍ଡ୍ରଏଡ୍‌ ଶୁଭାରମ୍ଭ ହେବା ସହିତ ଆଗାମୀ ୧୨ମାସରେ ଏହାର ପିଓଏସ୍‌ ନେଟ୍‌ୱାର୍କ କାଉଣ୍ଟରକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛି। ଏ ସମ୍ପର୍କରେ ଭାରତପେ’ର ସିଏଫ୍‌ଓ ତଥା ମଧ୍ୟବର୍ତ୍ତିକାଳୀନ ସିଇଓ ନଳୀନ ନେଗୀ କହିଛନ୍ତି, ଅଫ୍‌ଲାଇନ ବ୍ୟବସାୟୀଙ୍କ ପାଇଁ ଏକ ଦୃଢ଼ ଫିନ୍‌ଟେକ୍‌ ଇକୋସିଷ୍ଟମ ସହିତ କମ୍ପାନୀ ଲକ୍ଷ ଲକ୍ଷ ଛୋଟ ବ୍ୟବସାୟ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଡିଜିଟାଲ ଅର୍ଥନୀତି ସହିତ ଯୋଡ଼ିପାରିଛି। ସେହିଭଳି ଭାରତପେ’ର ମୁଖ୍ୟ ବ୍ୟବସାୟ ଅଧିକାରୀ (ବ୍ୟାଙ୍କିଙ୍ଗ୍‌ ଆଣ୍ଡ ଆଲାଇନସେସ୍‌) ସନ୍ଦୀପ ଇନ୍ଦୁରକର କହିଛନ୍ତି, କମ୍ପାନୀ ମେଟ୍ରୋ ଏବଂ ଟାୟାର-୧ ସହରରେ ନୁହେଁ ବରଂ ୨ୟ ଏବଂ ୩ୟ ବର୍ଗର ସହରଗୁଡ଼ିକରେ ମଧ୍ୟ ପଏଣ୍ଟ ଅଫ୍‌ ସେଲ୍‌ ସହ ବିଭିନ୍ନ ଦେୟ ଗ୍ରହଣୀୟ ଅଫର ପାଇଁ ଭିତ୍ତିଭୂମି ବୃଦ୍ଧିପାଉଛି।

Share