ଭାରତ ରଙ୍ଗ ମହୋତ୍ସବ ଆରମ୍ଭ : ତାଜମହଲ କା ଟେଣ୍ଡର’ରେ ଦୁର୍ନୀତିର କାହାଣୀ

ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ, ଯାହା ପ୍ରେମର ପ୍ରତୀକ ଭାବେ ଜଣାଶୁଣା। ମାତ୍ର ସାମ୍ପ୍ରତିକ ସ୍ଥିତିରେ ତାଜମହଲଟିଏ କରିବାକୁ ଚାହୁଁଥିବା ବ୍ୟକ୍ତିଟିଏ କିଭଳି ସମାଜର ଲୁଣ୍ଠନର ଶିକାର ହେଉଛନ୍ତି, ତାହା ନାଟକ ‘ତାଜମହଲ କା ଟେଣ୍ଡର’ରେ ପ୍ରତିଫଳିତ ହୋଇଛି। ଶାହାଜାହାନ ତାଙ୍କ ପତ୍ନୀଙ୍କ ସ୍ମୃତିରେ ତାଜମହଲ ବନାଇବାକୁ ଇଚ୍ଛା କରିଛନ୍ତି। ସେଥିପାଇଁ ସେ ମୁଖ୍ୟଯନ୍ତ୍ରୀ ଗୁପ୍ତାଜୀଙ୍କୁ ଡକାଇଛନ୍ତି। ମାତ୍ର ଗୁପ୍ତାଜୀ ସମ୍ରାଟଙ୍କ ଇଚ୍ଛା ପୂରଣ କରିବା ତ ଦୂରର କଥା କେବଳ ଟେଣ୍ଡରଟିଏ ପାସ୍‌ କରାଇବାକୁ ଦୀର୍ଘ ୨୫ବର୍ଷ ବିତିଯାଇଛି।

ଏହାପରେ ବି ଟେଣ୍ଡରଟିଏ ପାସ୍‌ ହୋଇପାରି ନାହିଁ। ସରକାରୀ ସ୍ତରରେ କାମଟିଏ କରିବାକୁ ଦୁର୍ନୀତି କିପରି ବାଟ ଓଗାଳେ, ସମୟ ପରେ ସମୟ ଗଡ଼ି ଚାଲିଥିଲେ ବି ଜଣେ କିଭଳି ଲୁଣ୍ଠନର ଶିକାର ହୋଇ ଲକ୍ଷ୍ୟ ହାସଲ କରିପାରୁନି ତାହାର ବାସ୍ତବ ଚିତ୍ର ଏହି ନାଟକରୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସମୟରେ ଘଟୁଥିବା ଘଟଣାକୁ ଶାହାଜାହାନଙ୍କ ତାଜମହଲ ସହ ଯୋଡ଼ାଯାଇଛି। ଯଦି ଏବେ କୌଣସି ବ୍ୟକ୍ତି ତାଜମହଲ କରିବାକୁ ଚାହିଁବ ତା’ହେଲେ ଖାଲି ଟେଣ୍ଡର ପାସ୍‌ ପାଇଁ ଦୀର୍ଘ ସମୟ ଲାଗିଯିବ।

ସଂସ୍କୃତି ମନ୍ତ୍ରଣାଳୟ, ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା(ଏନଏସ୍‌ଡି) ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଅନ୍ତର୍ଜାତୀୟ ନାଟକ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ’ ଆରମ୍ଭ ହୋଇଛି। ପ୍ରଥମ ସନ୍ଧ୍ୟାରେ ଅଜୟ ଶୁକ୍ଳାଙ୍କ ଲିଖିତ ଓ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ତାଜମହଲ କା ଟେଣ୍ଡର’ ଉପସ୍ଥିତ ଦର୍ଶକ ଓ ଅତିଥିଙ୍କ ମନ ଜିଣିଛି। ଏନ୍‌ଏସ୍‌ଡି ରେପେଟୋରୀ କମ୍ପାନୀ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ଅତିଥି ଭାବେ ଏନ୍‌ଏସ୍‌ଡି ଓ ନାଟକର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ, କଣ୍ଠଶିଳ୍ପୀ ସୁବାସ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଓ ଅଭିନେତା ସମରେଶ ରାଉତରାୟ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ତ୍ରିପାଠୀ କହିଛନ୍ତି, ୨୫ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଯେ ଏତେ ବଡ଼ ସଫଳତା ପାଇବ ତାହା କେହି ଭାବି ନ ଥିଲେ। ନାଟକ ରହିଥିଲା, ରହିଛି ଓ ଆଗକୁ ରହିବ ମଧ୍ୟ। ଏହି ମହୋତ୍ସବକୁ ଦର୍ଶକମାନେ ହିଁ ଆହୁରି ସଫଳ କରାଇପାରିବେ। ଭାରତୀୟ ଅନୁଷ୍ଠାନଗୁଡ଼ିକରେ କିଭଳି ଲୁଣ୍ଠନ, ପକ୍ଷପାତିତା, ଦୁର୍ନୀତି, ନିଷ୍କ୍ରିୟତା, ପଛୁଆ ବର୍ଗ, ଅହଙ୍କାର ସୃଷ୍ଟି ହେଲା ତାହାର ପ୍ରତିଫଳନ ଏହି ନାଟକ ମାଧ୍ୟମରେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri