Categories: ଜାତୀୟ

‘ଦିନରେ ସ୍ବପ୍ନ ଦେଖୁଛନ୍ତି ଅମିତ ଶାହା’

ହାଇଦ୍ରାବାଦ୍‌,୨୮।୮: ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା ରଭୁଲା ଶ୍ରୀଧର ରେଡ୍ଡୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅମିତ ଶାହା ଦିନରେ ସ୍ବପ୍ନ ଦେଖୁଛନ୍ତି। ଚଳିତ ବର୍ଷ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପା ୫ରୁ କମ ଆସନ ଜିତିବ ବୋଲି ସେ ଦାବି କରିଛି।
ଏହାପୂର୍ବରୁ ରବିବାର କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କର ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରଥିଲେ।
ବିଆରଏସ ନେତା ରଭୁଲା ଶ୍ରୀଧର ରେଡ୍ଡୀ କହିଛନ୍ତି, ଅମିତ ଶାହା ଦିନରେ ସ୍ବପ୍ନରେ ଦେଖୁଛନ୍ତି। ତେଲେଙ୍ଗାନାରେ ଭାଜପା କ୍ଷମତାକୁ ଆସିବ ଏକଥା ସେ ଭୁଲିଯିବା ଉଚିତ୍‌। ସେ ୫ଟିରୁ କମ ଆସନ ଜିତିବେ। ତେଣୁ ଦିନରେ ସ୍ବପ୍ନରେ ଦେଖିବା ବନ୍ଦ କରନ୍ତୁ।

Share