ଡାକ୍ତର-ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁ ଭାରତ ରତ୍ନ,ଦାବି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୪।୭: କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦାବି କରିଛନ୍ତି। କରୋନା ଲଢ଼େଇରେ ପ୍ରାଣବଳୀ ଦେଇଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଦେଶବାସୀମାନେ ମଧ୍ୟ ଖୁସି ହେବେ। ପରିବାର ଅବା ନିଜ ସମ୍ପର୍କରେ ତିଳେ ହେଲେ ଚିନ୍ତା ନ କରି କରୋନା ମହାମାରୀ ସହିତ ଲଢ଼ିଥିବା ଏଭଳି ବୀରଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରାଯିବା ଆବଶ୍ୟକ ବୋଲି ସେ ଟୁଇଟ୍‌ କରି କହିଛନ୍ତି।

Share