Categories: ଜାତୀୟ

ପଞ୍ଚଭୂତରେ ବିଲୀନ ହେଲେ ଭାରତ ରତ୍ନ

ନୂଆଦିଲ୍ଲୀ, ୧।୯: ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଦିଲ୍ଲୀର ଲୋଧି ରୋଡ ସ୍ଥିତ ଶ୍ମଶାନରେ ପ୍ରଣବଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏଠାରେ ଉପସ୍ଥିତ ଥିବା ବହୁ ନେତା ପୁଅ ଅଭିଜିତ୍‌ ମୁଖାର୍ଜୀ, ଝିଅ ଶର୍ମିଷ୍ଠା ମୁଖାର୍ଜୀ ପ୍ରମୁଖ ଅଶ୍ରୁଳ ନୟନରେ ଅଜାତଶତ୍ରୁ ପ୍ରଣବଙ୍କୁ ଚିର ବିଦାୟ ଦେଇଛନ୍ତି। ଅଭିଜିତ୍‌ ପିପିଇ କିଟ୍‌ ପିନ୍ଧି ସମସ୍ତ ପରମ୍ପରା ପାଳନ କରିବା ସହିତ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାରରେ କରୋନା ନିୟମ ଅନୁସାରେ କମ୍‌ ସଂଖ୍ୟକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ନେତା ପ୍ରଣବଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share