ମହାକୁମ୍ଭ ଯିବାକୁ ଡରୁଛନ୍ତି ଭାରତୀ

ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଚାଲିଥିବାବେଳେ ଅନେକ ବଲିଉଡ୍‌ ସେଲିବ୍ରିଟି ଏଥିରେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ଅଭିନେତା ସୋନୁ ସୁଦ୍‌, ରାଜକୁମାର ରାଓ, ଅନୁପମ ଖେର, ମିଲିନ୍ଦ ସୋମନ ଏବଂ ଅଭିନେତ୍ରୀ ହେମା ମାଳିନୀ, ଇଶା ଗୁପ୍ତା ପ୍ରମୁଖ ବହୁ ତାରକା ବର୍ତ୍ତମାନ ସୁଦ୍ଧା ମହାକୁମ୍ଭରେ ପହଞ୍ଚି ପବିତ୍ର ସ୍ନାନ କରିସାରିଲେଣି। ତେବେ ରବିବାର ଏକ ସାକ୍ଷାତ୍‌କାରରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମହାକୁମ୍ଭକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିଛିଦିନ ତଳେ ମହାକୁମ୍ଭରେ ଦଳାଚକଟା ଘଟି ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାପରଠାରୁ ସେ ମହାକୁମ୍ଭ ମେଳାକୁ ଯିବା ପାଇଁ ଭୟ କରୁଥିବା ଭାରତୀ କହିଛନ୍ତି। ଭାରତୀ କହିଛନ୍ତି, ମହାକୁମ୍ଭକୁ ଯିବାକୁ ବହୁ ଇଚ୍ଛା ଥିଲେ ସୁଦ୍ଧା ସେ ଯିବେନାହିଁ। ମହାକୁମ୍ଭରେ ଯେଉଁ ଭଳି ଭାବେ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି, ଏପରି ସ୍ଥଳେ ସେଠାକୁ ନ ଯିବା ହିଁ ଠିକ୍‌ ହେବ। ମହାକୁମ୍ଭ ଗଲେ ବିଭିନ୍ନ ଅଘଟଣ ଘଟିବାର ସମ୍ଭାବନା ରହିଛି। ଏତେ ଲୋକଙ୍କ ଭିଡ଼ ଭିତରେ ସେ ଚେତାଶୂନ୍ୟ ହୋଇଯାଇ ପାରନ୍ତି କିମ୍ବା ତାଙ୍କ ପୁଅ ଓ ସେ ଅଲଗା ହୋଇଯାଇ ପାରନ୍ତି। ପ୍ରତିଦିନ ମହାକୁମ୍ଭରୁ କିଛି ନା କିଛି ଦୁଃଖଦ ଖବର ଶୁଣିବାକୁ ମିଳୁଛି। ନିଜ ପୁଅଙ୍କୁ ଧରି ସେଠାକୁ ଯିବାକୁ ସେ ଭାବି ମଧ୍ୟ ପାରୁନାହାନ୍ତି ବୋଲି ଭାରତୀ କହିଛନ୍ତି। ତେବେ ଭାରତୀଙ୍କର ଏହି ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀ ଠିକ୍‌ କହୁଛନ୍ତି ବୋଲି କିଛି ୟୁଜର୍ସ କହୁଛନ୍ତି। ସେହିପରି ଭାରତୀ ଅଯଥା ମହାକୁମ୍ଭ ମେଳାକୁ ବଦନାମ କରୁଥିବା କହି ଆଉ କିଛି ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri