ଏହି ଅଭିନେତ୍ରୀଙ୍କ ଲୁକ୍‌ କପି କଲେ ଭାରତୀ, କହିଲେ…

ମୁମ୍ବାଇ: ବଲିଉଡ୍‌ ଏବଂ ଟେଲି ଦୁନିଆରେ ନିଜର କମେଡି ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଭାରତୀ ସିଂ ଏବେ ପୁଣି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଭାରତୀଙ୍କ ଏବେ କିଛି ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫଟୋରେ ଭାରତୀ ଏକ ପିଙ୍କ୍‌ କଲ୍‌ର ଡ୍ରେସ୍‌ରେ ନଜର ଆସିଛନ୍ତି।

ଚର୍ଚ୍ଚାର କାରଣ ହେଲା ଭାରତୀଙ୍କ ଏହି ଲୁକ୍‌ ଫିଲ୍ମ ଓମ୍‌ ଶାନ୍ତି ଓମ୍‌ରେ ଦୀପିକା ପାଦୁକୋନଙ୍କ ପରି। ଭାରତୀଙ୍କ ମେକଅପ୍‌ ବି ଅବିକଳ ଦୀପିକାଙ୍କ ପରି। ତାଙ୍କ ପରି ହେୟାର ଷ୍ଟାଇଲ କରିଛନ୍ତି। ଜୁଏଲାରୀ ପିନ୍ଧିଛନ୍ତି, ଫୁଲ ବି ଲଗାଇଛନ୍ତି। ଭାରତୀ ଫଟୋଗ୍ରାଫରଙ୍କୁ ଦେଖି ହାତ ହଲାଉଛନ୍ତି।

ଫଟୋରେ ଭାରତୀ ମାସ୍କ ପିନ୍ଧି ନାହାନ୍ତି। ତାଙ୍କ ପଛରେ ଥିବା କ୍ରୁମେମ୍ବର ବିନା ମାସ୍କରେ ନଜର ଆସିଛନ୍ତି। ଭାରତୀ ତାଙ୍କର ସୁନ୍ଦର ଆଉଟ୍‌ଫିଟ୍‌କୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଯାହା ଖୁବ୍‌ ଭାଇରାଲ ହୋଇଥାଏ। ଫଟୋ ଶେୟାର କରି ଭାରତୀ କ୍ୟାପଶନ ଲେଖିଛନ୍ତି, କଲରଫୁଲ ହେବା ନିହାତି ଜରୁରୀ।

ଭାରତୀ ସିଂ ବର୍ତ୍ତମାନ କପିଲ ଶର୍ମା ଶୋ’ରେ ନଜର ଆସିବେ। ଅଭିନେତ୍ରୀ କରୋନାର ଉଭୟ ଟିକା ନେଇସାରିଛନ୍ତି। ନିକଟରେ ସେ କପିଲ ଶର୍ମା ଶୋ’ର କାଷ୍ଟର ଫଟୋ ମଧ୍ୟ ଶେୟାର କରିଥିଲେ।

Share