ଆଜି ଭାରତୀ, ହର୍ଷଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ,୨୩ା୧୧: କମେଡି କୁଇନ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ମୁମ୍ବାଇର କିଲା କୋର୍ଟ ସେମାନଙ୍କ ଜାମିନ ଆବେଦନର ଶୁଣାଣି କରିବେ।

ଶନିବାର ଏହି ଦମ୍ପତିଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏନ୍‌ସିବି ଚଢ଼ାଉ କରିବା ପରେ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରି ଉଭୟଙ୍କୁ ସମନ ଜାରି କରାଯାଇଥିଲା। ଏହାପରେ ଭାରତୀ ଓ ହର୍ଷ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ଉଭୟ ଡ୍ରଗ୍ସ ସେବନ କରୁଥିବା ସ୍ବୀକାର କରିଥିଲେ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଭାରତୀଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏହାପରେ ରବିବାର ତାଙ୍କ ସ୍ବାମୀ ହର୍ଷଙ୍କୁ ବି ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ଡିସେମ୍ବର ୪ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Share