Advertisement

୪ ବର୍ଷ ହେଲା ଶଯ୍ୟାଶାୟୀ ଭାରତୀ

ବାଉଁଶୁଣୀ,୧୫ା୫(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତ ବଉଦିଆପଡ଼ା ଗ୍ରାମର ଭାରତୀ ମେହେର (୩୦) ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ସେ ବରଗଡ଼ ଜିଲା ବରପାଲି ଗ୍ରାମରେ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ କୌଣସି କାରଣରୁ ସ୍ବାମୀ ୧ ବର୍ଷର ଝିଅ ଏବଂ ଭାରତୀଙ୍କୁ ଘରୁ ବାହାର କରିଦେଇଥିଲେ। ନିରୁପାୟ ହୋଇ ଛୋଟ ଝିଅକୁ ଧରି ୫ ବର୍ଷ ହେବ ବାପଘରେ ରହୁଛନ୍ତି। ହେଲେ ବାପଘରେ ଗୋଟିଏ ବର୍ଷ କାଟିବା ପରେ ହଠାତ୍‌ ଭାରତୀଙ୍କ ୨ ଗୋଡ଼ ଅକାମୀ ହୋଇଗଲା। ବୁଢ଼ା ବାପା ତାଙ୍କୁ ପ୍ରଥମେ ବାଉଁଶୁଣି ମେଡିକାଲ ପରେ ବୌଦ୍ଧ, ସୋନପୁର, ବୁର୍ଲା ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଆର୍ଥିକ ସ୍ଥିତି ଠିକ ନଥିବାରୁ ଚିକିତ୍ସା ନ ପାଇ ଖଟରେ ପଡ଼ି ରହିଛନ୍ତି ଭାରତୀ। ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ। ଭାରତୀଙ୍କ ବାପା ପବିତ୍ର ମୋହନ ମେହେରଙ୍କୁ ୭୩ ବର୍ଷ ହୋଇଥିବା ବେଳେ ମା’ ଲଳିତାଙ୍କୁ ୭୦ ବର୍ଷ ହେଲାଣି। ହେଲେ ଆଜ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା କି ଚାଉଳ ମିଳିନାହିଁ। ଫଳରେ ଦିନେ ଖାଇବାକୁ ପାଇଲେ ଦିନେ ଉପବାସ ରୁହନ୍ତି ୪ ପ୍ରାଣୀ। ତେଣୁ ତୁରନ୍ତ ବୌଦ୍ଧ ଜିଲା ପ୍ରଶାସନ ଭାରତୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ପ୍ରଶାସନ ଭାରତୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share