ପୁଅର ଫଟୋ ଶେୟାର କରି ଭାରତୀ ଲେଖିଲେ ଏମିତି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ମା’ ହେବା ପରଠାରୁ ପ୍ରଶଂସକମାନେ ତାଙ୍କ ପୁଅର ଫଟୋ ଦେଖିବା ପାଇଁ ଚାତକ ପରି ଚାହିଁଥାନ୍ତି। ଯେତେବେଳେ ଭାରତୀ ବାହାରକୁ ଯାଆନ୍ତି, ସୋସିଆଲ ମିଡିଆରେ ଫଟୋଗ୍ରାଫର ଏବଂ ତାଙ୍କ ପ୍ରଶଂସକମାନେ ପୁଅର ମୁହଁ ଦେଖାଇବାକୁ ଅନୁରୋଧ କରନ୍ତି। ଏଭଳି ପରିସ୍ଥିତିରେ ଭାରତୀ ସିଂ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶେଷରେ ତାଙ୍କ ପୁଅର ଏକ ଝଲକ ଶେୟାର କରିଛନ୍ତି। ଭାରତୀ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପୁଅର ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

ଫଟୋରେ ଭାରତୀ ପୁଅକୁ ଛାତିରେ ଧରିଥିବାର ନଜର ଆସିଛନ୍ତି। ଫଟୋ ଦେଖି ୟୁଜରମାନେ କହିଛନ୍ତି, ଏଥିରେ ଭାରତୀଙ୍କ ମୁହଁରେ ଶାନ୍ତି ସ୍ପଷ୍ଟ ଭାବରେ ଦେଖାଯାଉଛି। ଯେତେବେଳେ ଜଣେ ମା’ ନିଜ ପିଲାକୁ କୋଳରେ ନେଇଯାଏ। ସେ ଏହି ଫଟୋରେ ଯଦିଓ ପୁଅର ମୁହଁ ଦେଖାଇନାହାନ୍ତି ତଥାପି ଫଟୋ ଶେୟାର କରି ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଛନ୍ତି।

ପୁଅର ଫଟୋ ଶେୟାର କରି ଭାରତୀ, ‘ଲାଇଫ୍‌ ଲାଇନ୍‌’ ବୋଲି କ୍ୟାପଶନ ଲେଖିଛନ୍ତି। ଅନେକ ୟୁଜର ଭାରତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀ ସ୍ନେହରେ ତାଙ୍କ ପୁଅକୁ ‘ଗୋଲା’ ବୋଲି ଡାକନ୍ତି। ତେବେ ସରକାରୀ ଭାବେ
ଭାରତୀ ପୁଅର ନାଁ ପ୍ରକାଶ କରିନାହାନ୍ତି।

Share