ଅବ୍ୟବସ୍ଥାରେ ପୁରାତନ ଭାରତୀ ବିଦ୍ୟାପୀଠ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ଅବସ୍ଥିତ। ଏହି ସ୍କୁଲକୁ ୬୭ ପୂରି ୬୮ବର୍ଷ ଚାଲିଛି। ବର୍ତ୍ତମାନ ଏହି ପୁରାତନ ସ୍କୁଲଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ମିଳିଛି ସ୍ମାର୍ଟ ସ୍କୁଲ ମାନ୍ୟତା। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉନ୍ନତମାନର ଶ୍ରେଣୀଗୃହ ସାଙ୍ଗକୁ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ଏହି ପୁରାତନ ସ୍କୁଲରେ ଦୀର୍ଘ କୋଡିଏ ବର୍ଷରୁ ଊର୍ଦ୍ଧ୍ୱ ପ୍ରଧାନ ଶିକ୍ଷକ ନାହାନ୍ତି। ୨୦୧୩ରେ ୮ ଦିନ ପାଇଁ ଜଣେ ପ୍ରଧାନଶିକ୍ଷକ ନିଯୁକ୍ତ ହୋଇଥିଲେ। ସେ ଅବସର ନେବା ପରେ ପୁଣି ଉକ୍ତ ପଦବୀ ଆଜି ଯାଏ ଖାଲି ରହିଛି ବୋଲି ସ୍କୁଲ ବରିଷ୍ଠ କ୍ଲର୍କ ହରିହର ବାରିକ ସୂଚନା ଦେଇଛନ୍ତି। ଜଣେ ଶିକ୍ଷୟିତ୍ରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ଚଳିତ ବର୍ଷ ଏହି ଜିଲାରୁ ୧୮୦ ଜଣ ଶିକ୍ଷକ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ହୋଇଥିଲେ ମଧ୍ୟ ଭାରତୀ ବିଦ୍ୟାପୀଠକୁ ମିଳିଲାନି ବୋଲି ସେ କହିଛନ୍ତି। ଛତ୍ରପୁର ଅନସଲୋ ହାଇସ୍କୁଲ ଓ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତ ହେଲେ,କିନ୍ତୁ ଏଠାକୁ ମିଳିଲାନି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି କ୍ଲର୍କ ବାରିକ। ଏଠାରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ଅଞ୍ଚଳବାସୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଜିଲା ପ୍ରଶାସନଠାରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ପରିଲକ୍ଷିତ ହେଉଥିବା ପୂର୍ବତନ ସରପଞ୍ଚ ଡି. ଗୋବିନ୍ଦ ରେଡ଼ି କହିଛନ୍ତି। ଏଥିସହ ମାର୍ଚ୍ଚ, ଏପ୍ରିଲ, ମେ’ ଓ ଜୁନ ଚାରି ମାସ ହେଲା ଶିକ୍ଷକମାନଙ୍କ ଦରମା ମିଳି ନ ଥିବା ଶିକ୍ଷକ ସୂର୍ଯ୍ୟନାରାୟଣ ଦାସ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ପିଲା ପଢୁଥିଲେ। ବର୍ତ୍ତମାନ ଅଷ୍ଟମ ଶ୍ରେଣୀ ଏଠାରୁ ଉଠାଇ ଦିଆଯାଇଛି। ଏହି ସ୍କୁଲରେ ଜଣେ ମହିଳା ପିଅନ, ଜଣେ ରାତ୍ର ଜଗୁଆଳିଙ୍କୁ ମିଶାଇ ମୋଟ ୧୪ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ଅଛନ୍ତି। ସରକାର ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦେଇଥିଲେ ମଧ୍ୟ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ଏଠାରେ କେହି ହିନ୍ଦୀ ଶିକ୍ଷକ ନାହାନ୍ତି। ଜଣେ ହିନ୍ଦୀ ଶିକ୍ଷକ ମାସକୁ ଦୁଇଦିନ ଆସି ଶିକ୍ଷାଦାନ କରୁଛନ୍ତି। ଏଣୁ ଉପରୋକ୍ତ ସମସ୍ୟା ପ୍ରତି ଜିଲା ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ...

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏମ୍‌ପି, ବିଡିଓ- ତହସିଲଦାରଙ୍କ ସହ ମିଶି କଲେ ସଫେଇ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri