Posted inଜାତୀୟ

ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ,୩ା୮: ପଦ୍ମ ବିଭୂଷଣ ବିଜୟିନୀ ବର୍ଷୀୟାନ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ଡ. ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ୭ ମାସ ହେଲା ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ବହୁବିଧ ରୋଗ ରହିଥିତ୍ଲା। ସେ ଆଇସିୟୁରେ ରହି ଡ. ସୁନୀଲ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଏକ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିଲେ ବୋଲି କ୍ରିଷ୍ଣମୂର୍ତ୍ତିଙ୍କ ମ୍ୟାନେଜର ତଥା ସଚିବ ଗଣେଶ କହିଛନ୍ତି।

ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ କ୍ରିଷ୍ଣମୂର୍ତ୍ତି ଭାରତନାଟ୍ୟମ୍‌ ଏବଂ କୁଚିପୁଡ଼ି ନୃତ୍ୟରେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ। ୨୦୧୬ରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ବିଶ୍ୱ ନୃତ୍ୟଜଗତରେ ସେ ଜଣେ ଉତ୍ତୁଙ୍ଗ ଶିଳ୍ପୀ ଭାବେ ବହୁ ଦଶନ୍ଧି ଧରି ରାଜ୍‌ କରିଥିଲେ। ତାଙ୍କ ନୃତ୍ୟରେ କୌଶଳଗତ ଶୁଦ୍ଧତା, ଅଭିବ୍ୟକ୍ତିର ଗାମ୍ଭୀର୍ଯ୍ୟତା ଏବଂ ସମୃଦ୍ଧ ସଂସ୍କୃତିର ଝଲକ ତାଙ୍କୁ ବିଶ୍ୱ ମଞ୍ଚର ଶାସ୍ତ୍ରୀୟ ନୃତ୍ୟରେ ଭାରତୀୟଙ୍କ ପ୍ରତିଷ୍ଠିତ ରାଷ୍ଟ୍ରଦୂତରେ ପରିଣତ କରିଥିଲା। କ୍ରିଷ୍ଣମୂର୍ତ୍ତିଙ୍କର ୨ ଭଉଣୀ ରହିଛନ୍ତି। ସେ ଚଳାଉଥିବା ୟାମିନୀ ସ୍କୁଲ୍‌ ଅଫ୍‌ ଡ୍ୟାନ୍ସକୁ ତାଙ୍କ ମରଶରୀର ରବିବାର ଅଣାଯିବ। ତାଙ୍କ ପରଲୋକରେ ସମଗ୍ର ନୃତ୍ୟ ଜଗତ ସମେତ ବହୁ ବିଶଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

ପାକିସ୍ତାନ ଉପରେ ବର୍ଷିଲେ ମୋଦି କହିଲେ, ଜମ୍ମୁ-କଶ୍ମୀରେ ଲାଗୁ ହେବାକୁ ଦେବୁ ନାହିଁ…

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri