Categories: ବାଣିଜ୍ୟ

ଅଶନୀରଙ୍କୁ ୮୮ କୋଟିର ଜରିମାନା ମାଗିଲା ‘ଭାରତ ପେ’, ହୋଇପାରେ ୧୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୯।୧୨: ‘ଭାରତ ପେ’ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜେନାଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉଭୟ କମ୍ପାନୀର ପାଣ୍ଠିକୁ ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଏଥିସହ କ୍ଷତିପୂରଣ ହିସାବରେ କମ୍ପାନୀ ତାଙ୍କଠାରୁ ୮୮.୬୭ କୋଟି ଟଙ୍କା ମାଗିଛି। ଯଦି ସେମାନେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଗ୍ରୋଭର ଦମ୍ପତି ଏବଂ ଅନ୍ୟ ପରିବାର ସଦସ୍ୟ ନକଲି ବିଲ୍‌ କରିଥିଲେ। କମ୍ପାନୀକୁ ସେବା ଯୋଗାଇବା ଲାଗି କାଳ୍ପନିକ ବିକ୍ରେତା ସୃଷ୍ଟି କରିଥିଲେ। ଏହି ନିଯୁକ୍ତି ପାଇଁ ସେମାନେ ଅଧିକ ଟଙ୍କା ଚାର୍ଜ କରିଥିଲେ ବୋଲି କମ୍ପାନୀ ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଉଚ୍ଚ ନ୍ୟାୟାଳୟ ଏହି ସିଭିଲ୍‌ ମାମଲାରେ ଗ୍ରୋଭର, ମାଧୁରୀ ଏବଂ ଅନ୍ୟ ୩ ସମ୍ପର୍କୀୟଙ୍କୁ ଡକାଇ ସମନ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଶି ୨୦୨୩ ଜାନୁୟାରୀ ୯ରେ ହେବ। ସମନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗ୍ରୋଭରଙ୍କ ବାପା, ଭାଇ ଏବଂ ଜଣେ ସମ୍ପର୍କୀୟ ଅଛନ୍ତି।

Share