Categories: ଜାତୀୟ

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା ଏବଂ ଷ୍ଟକ ଅପଶନକୁ ବାତିଲ କରିବାରୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

“ଏମପ୍ଲୟମେଣ୍ଟ ଏଗ୍ରିମେଣ୍ଟ ନିୟମ ଅନୁଯାୟୀ, ମାଧୁରୀ ଜୈନ ଗ୍ରୋବରଙ୍କ ସେବାକୁ ସମାପ୍ତ କରିଥିବା ଆମେ ସ୍ପଷ୍ଟ କରୁଛୁ” ବୋଲି ଭାରତପେ’ ପ୍ରବକ୍ତା କହିଛନ୍ତି।

ମାଧୁରୀ କମ୍ପାନୀ ଫଣ୍ଡ୍ସରେ ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ଚିକିତ୍ସା କରାଇଥିଲେ। ଏଥି ସହିତ ସେ କମ୍ପାନୀ ଟଙ୍କାରେ କିଛି ଇଲେକ୍ଟ୍ରୋନିକ୍‌ ଆଇଟମ୍‌ କିଣିବା ସହ ସପରିବାର ଆମେରିକା ଓ ଦୁବାଇ ଟ୍ରିପ୍‌ ଯାଇଥିଲେ। ଏପରି କି ତାଙ୍କ ବ୍ୟକ୍ତିଗତ ଷ୍ଟାଫଙ୍କୁ ମଧ୍ୟ କମ୍ପାନୀ ଆକାଉଣ୍ଟରୁ ଦରମା ଦେଇଥିବା ଅଭିଯୋଗ ହୋଇଛି। ତେବେ ୩ ମାସ ପାଇଁ ଛୁଟିରେ ଥିବା ଭାରତପେ’ ପ୍ରତିଷ୍ଠାତା ଅଶନୀର ସ୍ତ୍ରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Share