Categories: ଜାତୀୟ

ଥାନାରେ ପ୍ରଥମ ରାତି କାଟିଲେ ବର-କନ୍ୟା

ଅହମ୍ମଦାବାଦ, ୨୫।୫: ରାଜସ୍ଥାନର ଭରତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିବାହ ସମାରୋହରେ ବରଯାତ୍ରୀଙ୍କ ଝଗଡା ଯୋଗୁ ବର-କନ୍ୟାଙ୍କୁ ଥାନାରେ ପ୍ରଥମ ରାତି କାଟିବାକୁ ପଡିଛି। ଏହି ବରଯାତ୍ରୀରେ ଆସିଥିବା ଲୋକେ ଟ୍ରେନରେ ମଦ୍ୟପାନ କରିଥିଲେ। ସେମାନେ କେବଳ ଟ୍ରେନ୍‌ ଯାତ୍ରୀଙ୍କ ସହ ଅସଦାଚରଣ କରି ନ ଥିଲେ ବରଂ ଜିଆରପି ଯବାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଛଡ଼ାଇ ନେଇଥିଲେ। ପରେ ବରଯାତ୍ରୀଙ୍କୁ ପୋଲିସ ଗିରଫ କରିଥିଲା ଏବଂ ବର-କନ୍ୟାଙ୍କୁ ମଧ୍ୟ ପୋଲିସ ଷ୍ଟେଶନ ଆଣିଥିଲା।
ଜିଆରପି ପୋଲିସ କଳ୍ପନା ସୋଲାଙ୍କି କହିଛନ୍ତି ଯେ, ଅହମ୍ମଦାବାଦରୁ ଏକ ବରଯାତ୍ରୀ ଦଳ ଆଗ୍ରାର ଫତେହପୁର ସିକ୍ରିକୁ ଆସିଥିଲା। ରବିବାର ରାତିରେ ବରଯାତ୍ରୀ ଟ୍ରେନରେ ଫତେହପୁର ସିକ୍ରିରୁ ଅହମ୍ମଦାବାଦକୁ ଫେରୁଥିଲେ। ରାତି ପ୍ରାୟ ୧୨ଟା ପରେ ଟ୍ରେନରେ ଥିବା କିଛି ଯାତ୍ରୀ ମଦ୍ୟପାନ କରି ପ୍ରବଳ ଗଣ୍ଡଗୋଳ କରିଥିଲେ। ସେ ଟ୍ରେନରେ ବସିଥିବା ଯାତ୍ରୀଙ୍କୁ ମାଡ ମାରିଥିଲେ। ଯାତ୍ରୀମାନେ ଏ ବିଷୟରେ ଜିଆରପିକୁ ସୂଚନା ଦେଇଥିଲେ। ଏହା ଉପରେ ଜିଆରପି ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

Share