ରାତିରେ ବୁଲିହେବ ଭରତପୁର ଜଙ୍ଗଲ

ଭୁବନେଶ୍ୱର, ୧୯।୧(ଅସମାପିକା ସାହୁ) : ଚନ୍ଦକାରେ ଆରମ୍ଭ ହେବ ‘ନକ୍‌ଚରାଲ ଟ୍ରେଲ୍‌’। ରାତିରେ ଜଙ୍ଗଲ ବୁଲିବାର ମଜା ନେବେ ଲୋକେ। ଚନ୍ଦକା ବନଖଣ୍ଡ ଅଧୀନ ଭରତପୁର ଜଙ୍ଗଲରେ ରାତିରେ ସଫାରୀ ଚାଲିବ। ଏହା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ପୂର୍ବରୁ ଗୋଡିବାରୀ ଏବଂ ଭରତପୁରରୁ ଦିନ ସମୟରେ ଜଙ୍ଗଲ ସଫାରି ଚାଲୁଛି। ଏବେ ଭରତପୁରରୁ ରାତିରେ ସଫାରି ଆରମ୍ଭ ହେବ। ଏହା ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ। ୮ ସିଟର ଗାଡ଼ିରେ ଏକଘଣ୍ଟା ବୁଲିବା ପାଇଁ ଟିକେଟ ଦାମ୍‌ ୧ ହଜାର ଟଙ୍କା ରହିଥିବାବେଳେ ଦେଢ଼ଘଣ୍ଟା ପାଇଁ ୧୫ଶହ ଟଙ୍କା ରହିଛି। ଏହି ନାଇଟ ନକ୍‌ଚରାଲ ଟ୍ରେଲ ଦ୍ୱାରା ଛାତ୍ରୀଛାତ୍ର ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ ବୋଲି ବନବିଭାଗ ଆଶା ରଖିଛି। ଏଠାରେ ଲୋକେ ହରିଣ, ବାର୍‌ହା, ହାତୀ ଦେଖିପାରିବେ। ଆଗକୁ ବନ ବିଭାଗ ଭରତପୁର ଜଙ୍ଗଲରେ ବାଇସନ ଆଣି ଛାଡ଼ିବାର ଯୋଜନା ରଖିଛି।

Share