ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ ପୋଲିସ କର୍ମଚାରୀ। କିନ୍ତୁ ଏଯାଏଁ ହୋଇନାହିଁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ମୋହନ ମାଝି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଦଳିତ, ଆଦିବାସୀ, ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି ବୋଲି କଂଗ୍ରେସ କହିଛି ।

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ବର୍ବରତା ସବୁ ସୀମା ଟପିଛି। ସ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ହାଲକା ଭାବେ ନେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ରାଜ୍ୟରେ ଆଇନ ଶୃଙ୍ଖଳା ଅସମ୍ଭାଳ ହେଲାଣି। ତେଣୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ।

ଅନ୍ୟପକ୍ଷେ ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଧାନୀର ରାଜଭବନ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ପୋଲିସ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି। ଘଟଣାକୁ ନେଇ ସିଧାସଳଖ ଭାବେ ସରକାରଙ୍କୁ ଦୋଷାରୋପ କରିଛି ବିଜେଡି । ଆଉ ଏପଟେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଅଗ୍ରସର ବେଳେ ପୋଲିସ ଅଟକାଇବାରୁ ଅଣ୍ଡା ଟମାଟୋ ମାଡ କରିଛି ଯୁବ କଂଗ୍ରେସ। ବ୍ୟାରିକେଡ୍ ଉପରେ ଚଢ଼ି ଆଗକୁ ଯିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ।

ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିବା ସହ ପୂର୍ବ ସରକାରଙ୍କ ଆଡ଼କୁ ପାଲଟା ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ପୂର୍ବ ସରକାରରେ କେତୋଟି ଘଟଣାରେ ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇଛି ଆଗ ବିଜେଡି ମୁଖିଆ ନବୀନ ପଟ୍ଟନାୟକ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ନବ ଦାସ ଘଟଣାରେ କ’ଣ କଲେ ତାହାର ଉତ୍ତର ରଖନ୍ତୁ ବୋଲି ସେ ଦୋହରାଇଛନ୍ତି।୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Share