ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା ସହିତ କମିସନରେଟ ପୋଲିସର ଅସଲ ମୁଖା ଧୀରେ ଧୀରେ ଖୋଲିବାରେ ଲାଗିଛି। ଘଟଣା ଦିନର କଲା କାହାଣୀକୁ ଗଣମାଧ୍ୟମର କ୍ୟାମେରା ଆଗରେ ଲୁହ ଢାଳି କହିଛନ୍ତି ଅଙ୍କିତା। ଏପରିକି ତାଙ୍କୁ କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା ମଧ୍ୟ କହିଛନ୍ତି।

ଅଙ୍କିତାଙ୍କ କହିବା ଅନୁସାରେ ”୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି। ରାସ୍ତାରେ କିଛି ଦୁର୍ବୃତ୍ତ ଅଟକାଇ ହଇରାଣ କରିଥିଲେ। ସେଠାରୁ ବହୁ କଷ୍ଟରେ ମୁକୁଳିବା ପରେ ସେମାନଙ୍କ ନାଁରେ ଏତଲା ଦେବାକୁ ଆମେ ଭରତପୁର ଥାନାରେ ପହଞ୍ଚିଥିଲୁ। ସେତେବେଳେ ଥାନାରେ ନାଇଟି ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନ୍‌ଷ୍ଟେବଲ ବସିଥିଲେ। ଏତଲା ରଖିବା ବଦଳରେ ଅଧିକାରୀ ଜଣକ ସେଠାରେ ଆମକୁ ଗାଳିଗୁଲଜ କରିଥିଲେ। କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇଦେଲେ। ମୁଁ ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଲେ। ଏତିକିବେଳେ ଜଣେ ମହିଳା କନଷ୍ଟେବଲ ମୋର ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ି ଦେଇଥିଲି। ଏହାପରେ ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଲେ। ୨ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଥିଲେ, ଭୋର୍ ସମୟରେ ଆଇଆଇସି ପହଞ୍ଚି, ଶାରୀରିକ ଅତ୍ୟାଚାର ଉଦ୍ୟମ କରିଥିଲେ।”

Share