ମହଙ୍ଗା ପଡ଼ିଲା ଭରତପୁର ଥାନା ମାମଲା: ବଦଳିଲେ ଟ୍ୱିନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୯: କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ପ୍ରତୀକ ସିଂହଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ନିଯୁକ୍ତ କରାଯାଇଛି।

କୁହାଯାଇଛି ଭରତପୁର ଥାନା ଓଡ଼ିଶା ପୋଲିସ ପାଇଁ ଆଣିଦେଇଥିବା ଲଜ୍ଜା ହିଁ ଏହି ଦୁହିଁଙ୍କର ବଦଳି ପଛର କାରଣ। ରାତି ଅଧାରେ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମେଜର ଏବଂ ତାଙ୍କର ବଗଦତ୍ତାଙ୍କୁ ପୋଲିସ ଯେଉଁପରି ଭାବେ ନିର୍ଯାତନା ଦେଲା ତାହା ସାରା ଦେଶରେ ଓଡ଼ିଶା ପୋଲିସର ମୁଣ୍ଡ ନୁଆଇଁ ଦେଇଥିଲା।

ଏହାପରେ ବାର ଏବଂ ମେଡିକାଲରୁ ଫୁଟେଜ ସଂଗ୍ରହ କରି ଏକପାଖିଆ ଭିଡିଓ ଭାଇରାଲ କରି ପୀଡ଼ିତାଙ୍କର ଚରିତ୍ର ସଂହାର କରିବା ଏବଂ ଥାନା ଛାଡ଼ି ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳିକୁ ଅନୁମତି ଦେବା ମଧ୍ୟ ସିପି ଓ ଡିସିପିଙ୍କ ବଦଳି ପଚାର କାରଣ ହୋଇପାରେ।

Share