ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ କରାଯିବ। ପଲିଗ୍ରାଫ ଟେଷ୍ଟ ପାଇଁ  ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେେଇଛନ୍ତି।  ଜଣେ ଏସ୍‌ଆଇଙ୍କ ସହ ୨ ଏଏ୍‌ସଆଇଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ମିଳିଛି। ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ଅନୁମତି ମିଳିସାରିଥିଲା।
ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫  ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ନିମନ୍ତେ ଅନୁମତି ମିଳି ସାରିଛି ।
ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ   ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ପକ୍ଷରୁ ଏ ନେଇ ଅନୁମତି ମିଳିଛି।
ଏଥିନିମନ୍ତେ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କର ପଲିଗ୍ରାଫ ଟେଷ୍ଟ ସହିତ ନାର୍କୋ ଆନାଲିସିସ ଓ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ବି ହେବ ।
Share