Categories: ଖେଳ

ଆରସିବିକୁ ମିଳିଲା ନୂଆ ଫିନିଶର

ଦୁବାଇ,୮।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଶେଷ ବଲରେ ହାରିବା କିଛି ନୂଆ କଥା ନାହିଁ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଏଭଳି ଘଟିନାହିଁ। ଶେଷ ବଲରେ ଦଳକୁ ଜିତିବା ପାଇଁ ୫ ରନ୍‌ ଦରକାର ଥିଲା। କିନ୍ତୁ ଶୀକର ଭରତ ଛକା ମାରି ଆରସିବି ପାଇଁ ତ୍ରାଣକର୍ତ୍ତା ସାଜିଥିଲେ। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ଅନ୍ତିମ ବଲରେ ହାସଲ କରି ନେଇଛି ବାଙ୍ଗାଲୋର। ବିଜୟ ସତ୍ତ୍ୱେ ପଏଣ୍ଟ ଟେବୁଲରେ ଦଳର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ।

୧୬୫ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ବାଙ୍ଗାଲୋର ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ଏବି ଡି’ ଭିଲୟର୍ସ (୨୬) ମଧ୍ୟ ବିଫଳ ହୋଇଥିଲେ। ଏହାପରେ ଗ୍ଲେନ ମ୍ୟାକ୍ସଓ୍ବେଲ (୫୧ ରନ୍‌, ୮ ଚୌକା)ଙ୍କ ସହ ଭରତ ମିଶି ୪ର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ୧୧୧ ରନ୍‌। ଅନ୍ତିମ ବଲରେ ଛକା ମାରି ମ୍ୟାଚ୍‌ ଜିତାଇଥିବା ଭରତ ୭୪୮ ରନ କରିଥିଲେ। ତାଙ୍କ ପାଳିରେ ସାମିଲ ଥିଲା ୩ ଚୌକା ଓ ୪ ଛକା। ଦିଲ୍ଲୀ ପକ୍ଷରୁ ଅନରିଚ ନର୍ଟେଜ ୨ ଉଇକେଟ ନେଇଥିଲେ।

Share