ଆସିବାକୁ ଯାଉଛି ଇ-ସିମ ଯୁଗ, ଏହି ବଡ କମ୍ପାନୀର ସିଇଓ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୩।୧୧: ସ୍ମାର୍ଟଫୋନରେ ଡାଟା କନେକ୍ଟିଭିଟି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିମ କାର୍ଡ। ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ଫିଜିକାଲ ସିମର ସ୍ଥାନ ନେବାକୁ ଯାଉଛି।

ଟେଲିକମ କମ୍ପାନୀ ଏୟାରଟେଲର ସିଇଓ ଗୋପାଳ ଭିଟାଲ କିଛନ୍ତି, ଫିଜିକାଲ ସିମ କାର୍ଡ ଅପେକ୍ଷା ଇ-ସିମ ଅନେକ କ୍ଷେତ୍ରରେ ଭଲ। ଅନେକ ମିଡରେଞ୍ଜ ଏବଂ ପ୍ରିମିୟମ ସ୍ମାର୍ଟଫୋନ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ଇ-ସିମ ବ୍ୟବହାର କରିବାର ବିକଳ୍ପ ଦେଉଛନ୍ତି ଏବଂ ସମସ୍ତ ପ୍ରମୁଖ ଟେଲିକମ କମ୍ପାନୀଗୁଡିକ ମଧ୍ୟ ଇ-ସିମ ପ୍ରଦାନ କରୁଛନ୍ତ। ଫୋନ ଚୋରିକୁ ରୋକିବା ଠାରୁ ଆରମ୍ଭ କରି ଡାଟା ସ୍ଥାନାନ୍ତର ପର୍ଯ୍ୟନ୍ତ ଇ-ସିମର ଅନେକ ସୁବିଧା ରହିଛି।

ଇ-ସିମ ବ୍ୟବହାର କରିବା ଦ୍ୱାରା ତାହା ନଷ୍ଟ ହେବା କିମ୍ବା ଚୋରି ହେବାର ଭୟ କମିଯାଏ । ବର୍ତ୍ତମାନ ବ୍ୟବହାର କରୁଥିବା ସିମକୁ ଭାଙ୍ଗି ହେବେ, କିନ୍ତୁ ଏଇ ଇ-ସିମକୁ ଭାଙ୍ଗିବା ସହଜ ନୁହେଁ। ସେହିପରି ଫୋନ ହଜିଗଲେ କିମ୍ବା ଚୋରି ହେଲେ ଏହାକୁ ଟ୍ରାକ କରାଯାଇପାରିବ।

ଇ-ସିମକୁ ମୋବାଇଲ ଫୋନରୁ ସ୍ମାର୍ଟ ୱାଚ ପର୍ଯ୍ୟନ୍ତ ବ୍ୟବହାର କରିହେବ। ଯଦି ଆପଣ ଏକ ଫୋନ ପରିବର୍ତ୍ତେ କେବଳ ସ୍ମାର୍ଟ ୱାଚ ଏହି ଇ-ସିମକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଏହାକୁ ବ୍ୟବହାର କରିପାରିବେ। ସେହିପରି ଆପଣଙ୍କ ପାଖରେ ଏକରୁ ଅଧିକ ଫୋନ ଅଛି, ତେବେ ଗୋଟିଏ ଇ-ସିମ ସବୁ ସିମ୍‌ ସହ ଇଣ୍ଟର କନେକ୍ଟ ହୋଇପାରିବ।

ଯଦି ଆପଣ ଇ-ସିମ ବ୍ୟବହାର ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ଆପଣଙ୍କ ଫୋନର କମ୍ପାଟେବେଲେଟିକୁ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କର ଫୋନରେ ଇ-ସିମ ସେବା ପାଇଁ ଫଇଚର୍ସ ଅଛି ତେବେ ଟେଲିକମ ଅପରେଟର ସହିତ ଯୋଗାଯୋଗ କରନ୍ତୁ।

Share