ପୁଅର ଭବିଷ୍ୟତକୁ ନେଇ ଏମିତି ଖୁଲାସା କଲେ ଭାରତୀ

ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଚଳିତ ବର୍ଷ ମା’ ହୋଇଛନ୍ତି। ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ପୁଅ ଗୋଲା ବା ଲକ୍ଷ୍ୟକୁ ବହୁତ ଭଲ ପାଆନ୍ତି। ଗୋଲାର ଭବିଷ୍ୟତକୁ ନେଇ ଏବେଠୁ ଚିନ୍ତା କଲେଣି ଭାରତୀ। ସେ ଚାହୁଁଛନ୍ତି ପୁଅ ୧୬ କିମ୍ବା ୧୮ ବର୍ଷ ବୟସରେ କାମ କରି ଟଙ୍କା ରୋଜଗାର କରନ୍ତୁ। ନିକଟରେ ନେହା ଧୁପିଆଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ ଭାରତୀ ଏହା କହିଥିଲେ।
ଗୋଲା ହେବା ପରେ ନିଜ କାମକୁ ନେଇ ଭାରତୀ କହିଛନ୍ତି- ହର୍ଷ ଏବଂ ମୁଁ ବର୍ତ୍ତମାନ ଲିମିଟେଡ କାମ କରୁଛୁ। ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିବା ପୂର୍ବରୁ ବହୁତ ଚିନ୍ତା କରିବାକୁ ପଡୁଛି। କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଆମର ଏହା ଆବଶ୍ୟକ। କିନ୍ତୁ ଗୋଲାକୁ ମଧ୍ୟ ଏବେ ସମୟ ଦେବା ଉଚିତ୍‌। ଆମେରିକାରେ ପିଲାମାନେ ଯେଉଁଭଳି ଭାବରେ ସ୍କୁଲକୁ ଯାଆନ୍ତି ଏବଂ ଅଳ୍ପ ବୟସରେ କାମ କରନ୍ତି। ମୁଁ ସେହି ଜୀବନଶୈଳୀକୁ ସମର୍ଥନ କରେ। ମୁଁ ବିଶ୍ୱାସ କରେ ଯେ, ପିଲାମାନେ ୧୬ କିମ୍ବା ୧୮ ବର୍ଷ ପରେ ମାତାପିତାଙ୍କଠାରୁ ଆର୍ଥିକ ସାହାଯ୍ୟ ନେବା ଉଚିତ୍‌ ନୁହେଁ। ଭାରତୀଙ୍କ ପୁଅ ପଢୁଛି ଏବଂ ମ୍ୟାକଡୋନାଲ୍ଡସରେ କାର୍ଯ୍ୟ କରୁଛି କିମ୍ବା ଭାରତୀଙ୍କ ଝିଅ ପଢୁଛି ଏବଂ ସେଲୁନରେ କାମ କରନ୍ତି। ମୋ ପିଲାମାନେ ପାର୍ଟ ଟାଇମ କାମ କଲେ ମୁଁ ଖୁସି ହେବି। କାରଣ ଆଜିକାଲି ବଞ୍ଚିବା ଅତ୍ୟନ୍ତ କଷ୍ଟକର, ବିଶେଷକରି ମୁମ୍ବାଇ ପରି ସହରରେ।

Share