ନ୍ୟାଶନାଲ ଟେଲିଭିଜନରେ ପ୍ରଥମ ଥର ହେଲା ଗୋଦ ଭରାଇ ରସମ

ମୁମ୍ବାଇ: କମେଡି କୁଇନ୍ ଭାରତି ସିଂ ଏବେ ଗର୍ଭବତୀ । କିଛିଦିନ ତଳେ ଏମିତି ଏକ ଖବରକୁ ବେଶ ଖୁସିର ସହ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରିଥିଲେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଏମାନଙ୍କୁ ସରପ୍ରାଇଜ ଦେବାକୁ ନ୍ୟାଶନାଲ ଟେଲିଭିଜନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯାହାକୁ କେହି କେବେ କଳ୍ପନା କରି ନ ଥିବେ । ତେବେ ଭାରତୀଙ୍କୁ ସରପ୍ରାଇଜ ଦେବାକୁ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରଣ କରାଯାଉଥିବା ରିୟଲିଟି ଶୋ’ ‘ହୁନରବାଜ: ଦେଶ କି ଶାନ’ । ଏହି ଶୋ’ରେ ଭାରତୀଙ୍କ ଗୋଦ ଭରାଇ ରସମର ଆୟୋଜନ କରାଯାଇଥିଲା । ଆଉ ଏହାକୁ ଦେଖିବା ପରେ କେବଳ ଦର୍ଶକେ କାହିଁକି ନିଜେ ଭାରତିବି ହୋଇଯାଇଥିଲେ ଆଶ୍ଚର୍ଯ୍ୟ । ତାଙ୍କ ଆଖିର ଆନନ୍ଦାଶ୍ରୁ ଏକଥାର ସ୍ପଷ୍ଟ ପ୍ରମାଣ ଦେଉଥିଲା । ଏଥିରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତି, ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତ୍ରୀ ପରିଣିତି ଚୋପ୍ରା ବି ଉପସ୍ଥିତ ଥିଲେ ।
ତେବେ ପ୍ରଥମଥର ଲାଗି ଜଣେ ଷ୍ଟାରଙ୍କୁ ଟେଲିଭିଜନ ପରଦାରେ ଏତେ ବଡ ସରପ୍ରାଇଜ ଦିଆଯାଇଥିଲା । ନିକଟରେ ଏହାର ପ୍ରମୋ କଲର୍ସ ଚ୍ୟାନେଲରେ ଦେଖିବାକୁ ମିଳିଛି । ଭିଡିଓ ଶେୟାର କରି ଲେଖାଯାଇଛି ଇଣ୍ଡିଆନ ଟେଲିଭିଜନରେ ପ୍ରଥମଥର ଲାଗି ହୋଇଛି ଗୋଦ ଭରାଇ ରସମ । ଭାରତିଙ୍କ ପାଇଁ ଆପଣଙ୍କ ଶୁଭକାମନା କମେଣ୍ଟ କରନ୍ତୁ । ଭିଡିଓରେ ଦେଖିବାକୁ ମିଳିଛି ଭାରତି ମଞ୍ଚ ଉପରକୁ ଆସିବା ପରେ ହର୍ଷର୍ ତାଙ୍କ ଆଖିରେ ପଟି ବାନ୍ଧି ଦେଉଛନ୍ତି ଆଉ ପଟି ଖୋଲିବା ପରର ଦୃଶ୍ୟ ତାଙ୍କୁ ଚକିତ କରିଛି ।

Share