କପିଲଙ୍କ ଶୋ’ରୁ ଭାରତୀ ଆଉଟ୍‌ !

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ ବାହାର କରିଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଏକ ପାରିବାରିକ ଶୋ’। ଏଣୁ ନିର୍ମାତାମାନେ କୌଣସି ବିବାଦରେ ଛନ୍ଦି ହେବାକୁ ଇଚ୍ଛୁକ ନୁହନ୍ତି। ସୋନି ଟିଭି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇସାରିଛି। ଅପରପକ୍ଷେ ହୋଷ୍ଟ କପିଲ ଶର୍ମା ଭାରତୀଙ୍କୁ କାଢ଼ିବାକୁ ଚାହୁଁ ନାହାନ୍ତି। ଏଭଳିସ୍ଥିତିରେ ନିର୍ମାତାମାନେ କି ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Share