ପୁଅର ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ କମେଡି କୁଇନ୍‌

କମେଡି କୁଇନ୍‌ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟା କିଛି ନା କିଛି କାରଣରୁ ଚର୍ଚ୍ଚାରେ। ସେ ବ୍ୟକ୍ତଗତ ହେଉ ଅବା ବୃତ୍ତିଗତ, ଏହି ଯୋଡିକୁ ଫ୍ୟାନ୍ସ ବହୁତ ଭଲ ପାଆନ୍ତି। ନିକଟରେ କମେଡି କୁଇନ୍‌ ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାକୁ ନେଇ ଉଭୟ ବେଶ୍‌ ଖୁସି ଥିବା ନଜର ଆସନ୍ତି। ଦୁହେଁ ତାଙ୍କ ପୁଅଙ୍କର ଚେହେରା ମଧ୍ୟ ଫ୍ୟାନ୍ସଙ୍କ ସାମ୍ନାକୁ ଆଣିଥିଲେ। ବର୍ତ୍ତମାନ ସେମାନେ ତାଙ୍କ ପୁଅର ଇନଷ୍ଟାଗ୍ରାମ ଆକାଉଣ୍ଟ କରିଛନ୍ତି। ଯେଉଁଥିରେ ହଜାର ହଜାର ଫଲୋର୍ସ ଅଛନ୍ତି। କମେଡି କୁଇନ୍‌ ପୁଅଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ହେଉଛି @laksh_singhlimbachiya। ଏହି ଆକାଉଣ୍ଟରୁ ଏପର୍ଯ୍ୟନ୍ତ ସମୁଦାୟ ୫ଟି ପୋଷ୍ଟ କରାଯାଇଛି ଏବଂ ୧୪.୪ ହଜାର ସୋସିଆଲ ମିଡିଆ ୟୁଜର୍ସ ଏହି ଆକାଉଣ୍ଟକୁ ଫଲୋ କରିଛନ୍ତି।

Share