ଏହି ରିଆଲିଟି ଶୋ’ରୁ ବାହାର ହେଲେ ଭାରତୀ-ହର୍ଷ; ମନିଷ ହେବେ ନୂଆ ହୋଷ୍ଟ

ବମ୍ବେ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ରୁ ବାହାର ହୋଇଛନ୍ତି କମେଡିଆନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା। ଏବେ ତାଙ୍କ ବଦଳରେ ଶୋ’କୁ ମନିଷ ପାଲ ହୋଷ୍ଟ କରିବେ। ଶୀଘ୍ର ସେ ଏନେଇ କଣ୍ଟ୍ରାକ୍ଟ ସାଇନ୍‌ କରିବେ ବୋଲି ଜଣାପଡ଼ିଛି। ହେଲେ କ’ଣ ପାଇଁ ଭାରତୀ-ହର୍ଷକୁ ଆଗାମୀ ସିଜନ ପାଇଁ ନିଆଗଲା ନାହିଁ ସେ ନେଇ ଚର୍ଚ୍ଚା ହେଉଛି।

କୁହାଯାଉଛି ଭାରତୀ-ହର୍ଷ ଅଧାରୁ ‘ଡ୍ୟାନ୍ସ ଦିଓ୍ବାନେ ୩ ’ରେ ସାମିଲ ହୋଇଥିଲେ। ଜଜ୍‌ ରାଘବ ଜୁୟାଲ କରୋନାରେ ସଂକ୍ରମିତ ହେବା ପରେ ଶୋ’ ଛାଡ଼ି ଦେଇଥିଲେ। ଏଥିପାଇଁ ଉଭୟ ଏହି ଶୋ’ରେ ହୋଷ୍ଟିଂ କରିବା ଆରନ୍ମ କରିଥିଲେ।
ଏବେ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ଟିମ୍‌ର ନୂଆ ସିଜନକୁ ନୂଆ ଢ଼ଙ୍ଗରେ ଦେଖିବାକୁ ମିଳିବ। ଏଥିପାଇଁ କିଛି ପ୍ରତିଯୋଗୀଙ୍କୁ ଶଟ୍‌ଲିଷ୍ଟ କରାଯାଇଛି। ଶୋ’ର ପ୍ରଥମ ସିଜନ ଗତ ବର୍ଷ ସେପ୍ଟେମ୍ବରରେ କୋଭିଡ୍‌ କାରଣରୁ ବନ୍ଦ ହୋଇଯାଇଥିଲା। ଏବେ ଏହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି।

Share