‘ଦି କପିଲ ଶର୍ମା ଶୋ’କୁ ପୁଣି ଫେରିଲେ ଭାରତୀ

ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ପୁଣି ଥରେ ଟିଭିର ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’କୁ ଫେରିଛନ୍ତି। ଭାରତୀ ମଧ୍ୟ ଶୋ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ଏବଂ ସେ ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଯେତେବେଳେ ଏନ୍‌ସିବି ତାଙ୍କ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲା, ସେତେବେଳେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢ଼ି ଯାଇଥିଲା। ଏନ୍‌ସିବି ଉଭୟଙ୍କୁ ପଚରାଉଚରା କରିଥିଲା ଏବଂ ସେମାନେ ଗଞ୍ଜେଇ ବ୍ୟବହାରକୁ ସ୍ବୀକାର କରିଥିଲେ। ଏହି ଘଟଣାରେ ୨୧ ନଭେମ୍ବରରେ ଭାରତୀ ଏବଂ ହର୍ଷ ଜେଲ ଯାଇଥିଲେ। ୨୨ ନଭେମ୍ବରରେ ଉଭୟଙ୍କୁ ଜାମିନ ମିଳିଥିଲା।

ଏହା ପରେ ଭାରତୀ ଆଉ ‘ଦି କପିଲ ଶର୍ମା ଶୋ’ରେ ଦେଖାଯିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ଚ୍ୟାନେଲ ଶୋ’ର ଚିତ୍ରକୁ ସ୍ପଷ୍ଟ ରଖିବା ଲାଗି ଭାରତୀଙ୍କୁ ଶୋ’ରୁ ହଟାଇବାକୁ ଚାହୁଁଥିଲା। ତେବେ ଭାରତୀଙ୍କ ବନ୍ଧୁ ତଥା ଶୋ ହୋଷ୍ଟ କପିଲ ଶର୍ମା ଚ୍ୟାନେଲର ଏହି ନିଷ୍ପତ୍ତି ବିରୋଧରେ ଥିଲେ।

ତେବେ ଭାରତୀ ପୁଣି ଥରେ ‘ ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିବାରୁ ଏହା ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି।

Share