ଉଦାହରଣ ପାଲଟିଲେ ଭାରତୀ

ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ ରିଆଲିଟି ଶୋ’ ‘ହୁନରବାଜ’ର ସେଟ୍‌ ବାହାରେ ଦେଖିବାକୁ ମିଳିଛି।

ପଚରାଯିବାରେ କଷ୍ଟ ବହୁତ ହେଉଛି। ହେଲେ ସବୁକିଛିଠାରୁ କାମ ଆଗ ବୋଲି ସେଥିପାଇଁ ଶୁଟିଂକୁ ଫେରିଛନ୍ତି ବୋଲି ଭାରତୀ କହିଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପୂର୍ବ ଯାଏ ସେ କାମ କରୁଥିଲେ। ଆଉ ଏବେ ଛୁଆ ଜନ୍ମ ହେବାର ୧୨ ଦିନ ନ ପୁରୁଣୁ ପୁଣି କାମକୁ ଫେରିଛନ୍ତି ସେ। ଏ ସମ୍ପର୍କିତ ଭାରତୀଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭାରତୀଙ୍କର ଏହି ସାହସ ଏବଂ କାମ ପ୍ରତି ପ୍ରତିବଦ୍ଧତାକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି।

Share