୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା ପରମ୍ପରାଗତ ଧାରଣାକୁ ଭଙ୍ଗ କରିଥିଲେ। ନିଜ କାର୍ଯ୍ୟକୁ ଭାରତୀ ବହୁ ଭଲ ପାଆନ୍ତି। ଆଉ ଏହାସହ ସାଲିସ କରିବା ପାଇଁ ସେ ଚାହାନ୍ତି ନାହିଁ। ମାତୃତ୍ୱ ଲାଭ କରିବାର ମାତ୍ର ୧୨ ଦିନ ପରେ ଭାରତୀ ନିଜ କାମକୁ ଫେରିଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଶୁକ୍ରବାର ରିୟଲିଟି ଶୋ’ ହୁନରବାଜ ସେଟ୍‌ ବାହାରେ ଭାରତୀଙ୍କୁ ସ୍ପଟ କରାଯାଇଥିଲା। ଏହି ସମୟରେ ସେ ୧୨ଦିନର ଶିଶୁକୁ ଘରେ ଛାଡ଼ିଥିବାରୁ ଦୁଃଖିତ ହୋଇଯାଇଥିଲେ। ସେ କହିଛନ୍ତି, ଆଜି ବହୁତ କାନ୍ଦିଛି, ମାତ୍ର ୧୨ ଦିନର ଶିଶକୁୁ ଘରେ ଛାଡିକି ଆସଛି। ବହୁତ କଷ୍ଟ। କିନ୍ତୁ କାମକୁ ମଧ୍ୟ ଅବହେଳା କରିହେବ ନାହିଁ। କାମ ସହିତ ସାଲିସ କରିବା ଆଦୌ ଉଚିତ୍‌ ନୁହେଁ ବୋଲି କମେଡି କୁଇନ୍‌ ଭାରତୀ ସିଂହ କହିଛନ୍ତି। କାମକୁ ନେଇ ଥିବା ଭାରତୀଙ୍କ ନିଷ୍ଠାପଣ ଓ ଏକାଗ୍ରତା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେବେ ଭାରତୀ ଗର୍ଭବତୀ ସମୟରେ ମଧ୍ୟ ନିଜ କାମ ଜାରି ରଖିଥିଲେ। କେବଳ ସେତିକି ନୁହେଁ ହସ୍ପିଟାଲରେ ଭର୍ତ୍ତି ହେବାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସେ କାମ କରିଥିଲେ।

Share