ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି ଭାରତୀ, ହେଲେ ଏଥିପାଇଁ ମନଦୁଃଖ

ବମ୍ବେ: ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି କମେଡିକୁଇନ୍‌ ଭାରତୀ ସିଂହ। ହେଲେ ପରିସ୍ଥିତି ଏଭଳି ଯେ ତାଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ। ଏହି କଥା ଭାବି ଏବେ ଦୁଃଖ ପ୍ରକାଶ କରିଛନ୍ତି ସେ।

ଏପ୍ରିଲ ୩ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଭାରତୀ। ତାଙ୍କର ସର୍ଜରୀ କରାଯାଇ ପ୍ରସବ କରାଯାଇଥିଲା। ଏଣୁ ତାଙ୍କୁ ଦ୍ୱିତୀୟ ଥର ଲାଗି ମା’ ହେବାକୁ ଅତିକମ୍‌ରେ ଗୋଟିଏ କିମ୍ବା ଦୁଇବର୍ଷ ଅପେକ୍ଷା କରିବାକୁ ହେବ। ପୁଅ ହୋଇଥିବାରୁ ସେ ଆଉ ଗୋଟିଏ ଝିଅ ଚାହୁଁଛନ୍ତି। ଏଥିପାଇଁ ଅପେକ୍ଷା କରିବାକୁ ହେବ ବୋଲି ସେ ଦୁଃଖି ହୋଇଯାଇଛନ୍ତି।

କର୍ମ ଜୀବନ ବିଷୟରେ କଥାହେଲେ ଭାରତୀ ସିଙ୍ଗିଂ ରିଆଲିଟି ଶୋ’ରେ ହୋଷ୍ଟ କରୁଥିବା ନଜର ଆସିବେ। ‘ସାରେଗାମାପା ଲିଟିଲ୍‌ ଚାମ୍ପ୍ସ’ ପାଇଁ ସେ ଚୁକ୍ତି ସ୍ବାକ୍ଷର କରିଛନ୍ତି।

Share