ପ୍ରତିବର୍ଷ ମାଆ ହେବାକୁ ଚାହାନ୍ତି ଭାରତି!

ମୁମ୍ବାଇ: କମେଡି କୁଇନ୍ ଭାରତିଙ୍କୁ କିଏ ବା ନ ଜାଣେ । ତାଙ୍କର ଭଲ କମିକ ଟାଇମିଂ ପାଇଁ ସେ ଦର୍ଶକଙ୍କ ନିକଟରେ ବେଶ ପରିଚିତ । ଏବେ କିନ୍ତୁ ସେ ତାଙ୍କ କମେଡିକୁ ନେଇ ଯେତିକି ପରିଚିତ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେଗନାନ୍ସିକୁ ନେଇ । ଭାରତି ସମୟ ସମୟରେ ପ୍ରେଗ୍ନାନସିର କିଛି ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଥିବା ବେଳେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରୁଛନ୍ତି । ଏବେ କିନ୍ତୁ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ଯଦିଓ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇନାହିଁ ହେଲେ ଏହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଘଟଣା ହେଲା ଉକ୍ତ ଭିଡିଓରେ ଭାରତି କହୁଛନ୍ତି ଲୋକଙ୍କ ମତରେ ମୁଁ କୁଆଡେ ଗର୍ଭବତୀ ହେବା ପରଠାରୁ ଖୁବ୍ ସୁନ୍ଦର ଦେଖାଯାଉଛି, ଚେହେରାରେ ଗ୍ଲୋ ଆସିଛି । କ’ଣ ଏହା ସତ । ଯଦି ଏହା ସତ ତେବେ ପ୍ରତିବର୍ଷ ‘ହୋ ଯାଏ’ । ଭାରତିଙ୍କ ଏହି ‘ହୋ ଯାଏ’ ଏବେ ଖୁବ୍ ଚର୍ଚ୍ଚାରେ । କୁହାଯାଉଛି କି ଭାରତି ପ୍ରତିବର୍ଷ ମାଆ ହେବାକୁ ଚାହୁଁଛନ୍ତି । ଏମିତି ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସକମାନେ ହାର୍ଟ ବା ଫାୟାର ଇମୋଜି ଦେଇ କମେଣ୍ଟ କରୁଥିବା ବେଳେ ଆଉ କେହି କେହି ଲେଖିଛନ୍ତି ଆମେ ଦୁଇ ଆମର ଦୁଇ ଠିକ୍ । ଆଉ କିଏ, ଲେଖିଛନ୍ତି ଗୋଟିଏ ସନ୍ତାନ ଯଥେଷ୍ଟ । ଫୁଟବଲ ଟିମର ଆବଶ୍ୟକତା ନାହିଁ । ଏମିତି କିଛ କମେଣ୍ଟ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ।
ସୂଚନାଯୋଗ୍ୟ, ଗତବର୍ଷ ଶେଷ ବେଳକୁ ଭାରତି ଗର୍ଭବତୀ ଥିବା ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ଏବେ ଜଣାପଡିଛି କି ଏପ୍ରିଲ ପ୍ରଥମ ସପ୍ତାହରେ ସେ ମାଆ ହେବାକୁ ଯାଉଛନ୍ତି ।

Share