ଜିମ୍‌ ଯାଇ କିମ୍ବା ଯୋଗ କରି ନୁହେଁ, ଏମିତି ୧୫ କିଲୋ ଓଜନ କମାଇଲେ ଭାରତୀ

ଟିଭିର ସବୁଠାରୁ ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ପୁନଃଆରମ୍ଭକୁ ନେଇ ଦର୍ଶକମାନେ ବହୁତ ଖୁସି ଅଛନ୍ତି। ଏଥର ଶୋ’ରେ ବହୁତ ପରିବର୍ତ୍ତନ ଆସିଛି। ସୁମୋନା ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ ଶୋ’ରେ ଆସିନାହାଁନ୍ତି। କମେଡିଆନ କୃଷ୍ଣାଙ୍କ ଘନିଷ୍ଠ ବନ୍ଧୁ ତଥା ହାସ୍ୟ ଅଭିନେତା ସୁଦେଶ ଲହିରୀ ଶୋ’ରେ ପ୍ରବେଶ କରିଛନ୍ତି। ତେବେ ଶୋ’ ଅନ୍ୟ ଏକ ଆକର୍ଷଣ ଭାରତୀ ସିଂଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଥମୁନି। ଏଥର ଭାରତୀଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ସେ ୧୫ କିଲୋ ଓଜନ ହ୍ରାସ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ଓଜନ ହ୍ରାସକୁ ନେଇ ଭାରତୀ କହିଛନ୍ତି ଏଥିପାଇଁ ସେ କୌଣସି ବ୍ୟାୟାମ କିମ୍ବା ଜିମ୍ନାଷ୍ଟିକ ଯାଇନାହାନ୍ତି ବରଂ ସେ ଏକ ମଧ୍ୟବର୍ତ୍ତୀ ଡାଏଟ ଅନୁସରଣ କରିଛନ୍ତି। ଭାରତୀ ସିଂ ଏକ ଭିଡିଓରେ ଏସବୁ କହୁଛନ୍ତି। ତାଙ୍କ ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓରେ ଭାରତୀ ସିଂ କୁହନ୍ତି, ବିଭିନ୍ନ ଚ୍ୟାନେଲ ଏବେ ମୋତେ ପଚାରୁଛନ୍ତି ତୁମେ କିପରି ପତଳା ହୋଇଗଲ? ମୁଁ ସମସ୍ତଙ୍କୁ ଏହା କହିବି, ମୁଁ କିଛି କରି ନାହିଁ। ମୁଁ କୌଣସି ଯୋଗ କିମ୍ବା ଜିମ୍‌ ଯାଇ ନାହିଁ। ମୁଁ କେବଳ ମୋର ଖାଦ୍ୟକୁ ନିୟନ୍ତ୍ରଣ କରିଛି ଏବଂ ଠିକ ସମୟରେ ଖାଉଛି। ସା ୭ଟା ପରେ ମୁଁ କିଛି ଖାଉ ନାହିଁ ଏବଂ ପରଦିନ ମୁଁ ୧୨ ବେଳେ ଖାଏ। ମୂଳତଃ ପଞ୍ଜାବୀ ହୋଇଥିବାରୁ ମୁଁ ସାଲାଡ, ବ୍ରାଉନ ରୁଟି ନୁହେଁ, ବରଂ ବଟର ରୁଟି ଖାଇବାକୁ ପସନ୍ଦ କରେ। ପରଟା ସବୁବେଳେ ଖାଏ। ମୁଁ ସା ୭ଟା ପର୍ଯ୍ୟନ୍ତ ବହୁତ ଖାଏ ଏବଂ ଏହା ପରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ବୋଲି କୁହନ୍ତି ଭାରତୀ।

Share