ପୁଣିଥରେ ମାଆ ହେବାକୁ ଚାହୁଁଛନ୍ତି ଭାରତି

ମୁମ୍ବାଇ: କମେଡି ଜଗତର ‘ଲାପ୍ଟର କୁଇନ’ ଭାବେ ପରିଚିତ ଭାରତି ସିଂ ତାଙ୍କର ମଜାଦାର ସେନ୍ସ ଅଫ ହ୍ୟୁମର ପାଇଁ ବେଶ ପରିଚିତ। ସେ ତାଙ୍କର କମିକ ଡାଇଲଗ ଜରିଆରେ ଯେ କୌଣସି ଲୋକର ମୁହଁରେ ହସ ଫୁଟାଇ ପାରନ୍ତି। ଭାରତି ଜଣେ କମେଡିଆନ ହୋଇଥିବା ବେଳେ ସେ ଜଣେ ମାଆ ମଧ୍ୟ। ନିକଟରେ ଭାରତି କହିଛନ୍ତି ଯେ ସେ ପୁଣିଥରେ ମାଆ ହେବାକୁ ଚାହୁଁଛନ୍ତି।
ଭାରତି ନିକଟରେ ବଲିଉଡ କୁଇନ କରିନା କପୁରଙ୍କ ‘ହ୍ବାଟ ଓମେନ ଓ୍ବାଣ୍ଟ’ ଚାଟ ଶୋ’ରେ ପହଞ୍ଚିଥିଲେ। ସେଠାରେ ସେ ପୁଣିଥରେ ମାଆ ହେବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। କମେଡି କୁଇନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରିନାଙ୍କ ସହ କଥା ହୋଇଥିବାର ଏକ ସ୍ନିକ-ପିକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓର ଏକ ଜାଗାରେ ଭାରତି ପୁଣିଥରେ ମାଆ ହେବାକୁ ଇଚ୍ଛା ରଖିଥିବା କହିଛନ୍ତି। ଭାରତି କହୁଛନ୍ତି, ମୁଁ ପୁଣିଥରେ ମାଆ ହେବାକୁ ଚାହୁଁଛି, ମୋତେ ମଜା ଲାଗୁଛି। ଭାରତିଙ୍କ ଏହି କଥାରେ କରିନା ହସିବାକୁ ଲାଗୁଛନ୍ତି।
ସୂଚନାଯୋଗ୍ୟ, ଭାରତି ୨୦୧୭ରେ ହର୍ଷ ଲିମ୍ବାଚିୟାଙ୍କୁ ବିବାହ କରିଥିଲେ। ଗତବର୍ଷ ଅର୍ଥାତ୍‌ ୨୦୨୨ରେ ୩୭ ବର୍ଷ ବୟସରେ ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ।

Share