ଅଡୁଆରେ ଏମ୍‌ପି ଭର୍ତ୍ତୃହରି: ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ନାଁରେ ବୋହୂ ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସ୍ବାମୀ ଲୋକରଞ୍ଜନ, ଶାଶୁ ଏବଂ ଶ୍ୱଶୁର ଭର୍ତ୍ତୃହରିଙ୍କ ନାମରେ ଏପରି ଅଭିଯୋଗ ଆଣିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ୨୦୧୬ ମସିହାରେ ଏମ୍‌ପି ଭର୍ତ୍ତୃହରିଙ୍କ ପୁଅ ଲୋକରଞ୍ଜନଙ୍କୁ ବିବାହ କରିଥିଲେ ସାକ୍ଷୀ। ବିବାହ ସମୟରେ ଯୌତୁକ ବାବଦକୁ ୨.୫ କୋଟି ଟଙ୍କା ଦେଇଥିଲେ ସାକ୍ଷୀଙ୍କ ପରିବାର ଲୋକେ। ମାତ୍ର ଭର୍ତ୍ତୃହରିଙ୍କ ପରିବାର ପକ୍ଷରୁ ଆହୁରି ଅଧିକ ଯୌତୁକ ଦାବି କରାଯାଉଥିଲା ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।

Share