ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି

ଭୁବନେଶ୍ୱର,୨୨ା୩(ଅନିଲ ଦାସ)- ଭର୍ତ୍ତୃହରି ମହତାବଙ୍କୁ ୬ ଥର ବିଜେଡିରୁ ସାଂସଦ ଟିକେଟ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା। ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ଟିକେଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନ ଥିଲା । ସେ ଦିନକୁ ଦିନ ଲୋକଙ୍କଠାରୁ ଦୂରେଇ ଯାଇଥିଲେ । ସେ ଜାଣିସାରିଥିଲେ ଯେ ଏଥର ସେ ଟିକେଟ ପାଇବେ ନାହିଁ । ଏ ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ । ସେ ବହୁଦିନରୁ ଭାଜପା ସହ ସମ୍ପର୍କରେ ଥିଲେ । ଟିକେଟ ଓ ପଦପଦବୀ ପାଇବା ଲୋଭରେ ସେ ଭାଜପାକୁ ଯାଉଛନ୍ତି ବୋଲି ଶୁକ୍ରବାର ଶଙ୍ଖଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା କହିଛନ୍ତି।