କଂଗ୍ରେସକୁ ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ନାଲିଆଖି କହିଲେ…

ଭୁବନେଶ୍ୱର,୨୯।୭: କଂଗ୍ରେସ ସଦସ୍ୟଙ୍କ ବିରୋଧରେ ପାଲଟା ସ୍ବାଧିକାର ନୋଟିସ ଆଣୁଛି ବୋଲି କହିଛନ୍ତି ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି କଂଗ୍ରେସ ସ୍ବାଧିକାର ନୋଟିସ ଆଣିବ କିପରି ଗଣମାଧ୍ୟମକୁ ଆସିଲା। ବାଚସ୍ପତିଙ୍କ ବିନା ଅନୁମତିରେ କିପରି ଏହା ପ୍ରକାଶ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯେୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରି ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିବ ବୋଲି ପୂର୍ବରୁ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ।

Share