Categories: ଜାତୀୟ

ଚିତା ସାବକକୁ କ୍ଷୀର ପିଆଇଲେ ଯୋଗୀ

ଲକ୍ଷ୍ନୌ,୬ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଗୋରଖପୁରର ଶହୀଦ ଉଶଫାକ ଉଲ୍ଲା ଖାଁ ପ୍ରାଣୀ ଉଦ୍ୟାନ(ଗୋରଖପୁର ଚିଡିଆଖାନା)ରେ ଚିତାବାଘର ଦୁଇ ସାବକଙ୍କୁ ନିଜ ହାତରେ କ୍ଷୀର ପିଆଇଛନ୍ତି । ଏହାସହ ସେ ଏହି ସାବକ ଦୁଇଟିର ନାମକରଣ ବି କରିଛନ୍ତି । ଜଣକର ନାମ ଭବାନୀ ଓ ଜଣଙ୍କର ନାମ ଚଣ୍ଡି ରଖାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ରାମଚରିତ ମାନସର ପଂକ୍ତିକୁ ନେଇ କହିଛନ୍ତି କିଏ ଉପକାର କରେ ଓ କିଏ ଅନିଷ୍ଟ କରେ ଏହା ତାଙ୍କ ଭିତରେ ସ୍ପନ୍ଦନ ସୃଷ୍ଟି କରିଥାଏ ।
ଏହି ଦୁଇ ଚିତା ସାବକଙ୍କ ମଧ୍ୟରୁ ଗୋଟିଏକୁ ମିରଠର ଗାଁ ଭଗବାନପୁର ବାଙ୍ଗର ଜଙ୍ଗଲରୁ ରେସକ୍ୟୁ କରାଯାଇଥିବା ବେଳେ ଏହାର ନାମ ‘ଚଣ୍ଡି’ ରଖାଯାଇଛି । ସେହିପରି ବିଜନୌର ଜଙ୍ଗଲରୁ ରେସକ୍‌ୁ୍ୟ କରାଯାଇଥିବା ସାବକର ନାମ ‘ଭବାନି’ ରଖାଯାଇଛି ।
ଦୌଡା ଦୌଡି କରୁଥିବା ସମୟରେ ମା’ ସହ ଚଣ୍ଡି ଗହମ କ୍ଷେତକୁ ଚାଲି ଆସିଥିବା ବେଳେ ଆଉ ଫେରି ପାରି ନ ଥିଲା । ପରେ କୃଷକମାନେ ତାକୁ ଉଦ୍ଧାର କରି ଆଣିଥିଲେ । ସେତେବେଳେ ସେ ମାତ୍ର ୨-୩ ସପ୍ତାହର ହୋଇଥିଲା । ଏବେ ଭବାନି ଓ ଚଣ୍ଡି ଗୋରଖପୁର ଚିଡିଆଖାନାରେ ରହିବେ ।

Share