Categories: ଖେଳ

ଏସିଆନ ଫେସିଂ ଚାମ୍ପିୟନଶିପ: ଭବାନୀ ଦେବୀ ରଚିଲେ ଇତିହାସ,

ନୂଆଦିଲ୍ଲୀ,୧୯।୬: ଭାରତୀୟ ଫେନସର ଭବାନୀ ଦେବୀ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ଚାଇନାର ୱକ୍ସିରେ ଚାଲିଥିବା ଏସୀୟ ଫେନ୍ସିଂ ଚାମ୍ପିୟନଶିପର ମହିଳା ସାବର ପ୍ରତିଯୋଗୀତାରେ ଭବାନୀ ଦେବୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ସେମିଫାଇନାଲ ମ୍ୟାଚରେ ଭବାନୀ ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ଏହା ପରେ ମଧ୍ୟ ଭବାନୀ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଏହି ପ୍ରତିଯୋଗିତାରେ ଏହା ହେଉଛି ଭାରତର ପ୍ରଥମ ପଦକ।

ଚାଇନାର ୱକ୍ସିରେ ଚାଲିଥିବା ଏସୀୟ ଫେନ୍ସିଂ ଚାମ୍ପିଅନସିପରେ ମହିଳା ସାବର ପ୍ରତିଯୋଗୀତାରେ ସେମିଫାଇନାଲରେ ଭବାନୀ ଉଜବେକିସ୍ତାନର ଜେନାବ ଡେବାକୋଭାଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚରେ ଜେନାବ ଡେବେକୋଭା ଭବାନୀକୁ ୧୪-୧୫ରେ ପରାସ୍ତ କରିଛନ୍ତି, କିନ୍ତୁ ଏହି ଭବାନୀ ଦେବୀ ଏହି ଟୁର୍ନାମେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କର ଇତିହାସ ସୃଷ୍ଟି କରିଛନ୍ତି।

Share