ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ୧୦୦ ଏମ୍‌ବିବିଏସ୍‌ ସିଟ୍‌

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଭବାନୀପାଟଣା ମେଡିକାଲ କଲେଜ ପାଇଁ ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନ୍‌ଏମ୍‌ସି) ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୧୦୦ ଏମ୍‌ବିବିଏସ୍‌ ସିଟ୍‌ ଅନୁମୋଦନ କରିଛନ୍ତି। ଏ ନେଇ ଏନ୍‌ଏମ୍‌ସି ପକ୍ଷରୁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଏନ୍‌ଏମ୍‌ସି ସର୍ତ୍ତ ଅନୁଯାୟୀ ମେଡିକାଲ କଲେଜରେ ସମସ୍ତ ଭିତ୍ତିଭୂମି, ପାଠ ପଢ଼ାଇବା ପାଇଁ ପ୍ରଫେସର, ରେସିଡେଣ୍ଟ ଡାକ୍ତର ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ସତ୍ୟପାଠ ଦାଖଲ ଆଧାରରେ ଏହି ଅନୁମୋଦନ ଦିଆଯାଇଛି। ମେଡିକାଲ କଲେଜରେ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି। କଲେଜର ଓ୍ବେବ୍‌ସାଇଟ ପ୍ରସ୍ତୁତ କରିବା ସହ ସମସ୍ତ ସୂଚନା କଲେଜରେ ଝୁଲାଇବାକୁ କୁହାଯାଇଛି।

Share