ଥୁଆମୂଳ ରାମପୁର,୧୭।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ କିଛିଦିନ ତଳେ ଝାଡ଼ାବାନ୍ତି ହୋଇ ନିରୀହ ଲୋକଙ୍କ ଜୀବନ ହାନି ହୋଇଛି। ଫଳରେ ଅନେକ ପରିବାର ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଧାୟକ ଦାସ ତାଙ୍କ ଜନ୍ମଦିନ ଅବସରରେ କେରପାଇ ଗ୍ରାମ ପଞ୍ଚାୟତ ଅଧୀନ ପୋଡ଼ାପାଇ ଗ୍ରାମର ମୃତକଙ୍କ ପରିବାର ସମେତ ପ୍ରାୟ ୭୦ ପରିବାରକୁ ଶୀତବସ୍ତ୍ର, ଶାଢ଼ୀ, ରାଶନ ସାମଗ୍ରୀ ସହ ଆର୍ଥିକ ସାହାଯ୍ୟ କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ କୌଣସି କାରଣରୁ ଯୋଗଦେଇ ପାରି ନ ଥିବାବେଳେ କର୍ମକର୍ତ୍ତାମାନେ ତାଙ୍କ ପ୍ରଦତ୍ତ ସାମଗ୍ରୀ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା କଂଗ୍ରେସ କମିଟି ସଦସ୍ୟ ଲିଙ୍ଗରାଜ ନାଏକ, କେଶବ ନାଏକ, ଲବ ମଙ୍ଗରାଜ, ଲାଲୁ ନିଆଲ, ହରେକୃଷ୍ଣ ନାଏକ, ଚିନ୍ତାମଣି ବାଗ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ମାରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।