ଓ୍ବାଶିଂଟନ୍, ୩ା୨: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲଙ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ନିଯୁକ୍ତ କରାଯାଇଛି। ସେ ଏବେ ନାସାରେ ପରିବର୍ତ୍ତନ ସମ୍ବନ୍ଧୀୟ ସମୀକ୍ଷା ଟିମ୍ର ସଦସ୍ୟ ଅଛନ୍ତି। ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଭବ୍ୟାଙ୍କର ବ୍ୟାପକ ଅଭିଜ୍ଞତା ରହିଥିବା ନାସା ପକ୍ଷରୁ କୁହାଯାଇଛି। ସେ ଇନ୍ଷ୍ଟିଚ୍ୟୁଟ୍ ଫର ଡିଫେନ୍ସ ଆନାଲିସିସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଇନଷ୍ଟିଚ୍ୟୁଟ(ଏସ୍ଟିପିଆଇ)ରେ ଗବେଷକ ରହିଛନ୍ତି।