ଭେଡିୟାଁ ଟ୍ରେଲରରେ ଏମିତି ନଜର ଆସିଛନ୍ତି ବରୁଣ-କ୍ରିତି

ମୁମ୍ବାଇ: ବଲିଉଡ ଷ୍ଟାର ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ମୁଭି ‘ଭେଡିୟାଁ’ର ଟ୍ରେଲର ଆଉଟ ହୋଇଛଇ । ଯେବେଠାରୁ ଏହି ମୁଭିରେ ବରୁଣଙ୍କ ଫାଷ୍ଟ ଲୁକ ଆଉଟ ହୋଇଥିଲା ସେବେଠାରୁ ଦର୍ଶକେ ଏହାର ଟ୍ରେଲରକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । ଏବେ ଏହାର ଟ୍ରେଲର ଦେଖି ଦର୍ଶକେ ସେମାନଙ୍କ ଉତ୍ସାହକୁ ରୋକି ପାରୁ ନାହାନ୍ତି । ଫିଲ୍ମର ନିର୍ମାଣ ଦିନେଶ ବିଜାନ କରିଥିବା ବେଳେ ଏହା ଚଳିତବର୍ଷ ନଭେମ୍ବର ୨୫ରେ ରିଲିଜ୍ ହେବାର ଯୋଜନା ରହିଛି ।
ଫିଲ୍ମର ଅଧିକାଂଶ ଭାଗ ଅରୁଣାଚଳ ପ୍ରଦେଶରେ ହୋଇଛି । ଷ୍ଟୋରୀ ଲାଇନ କଥା କହିଲେ ଏହା ଭାସ୍କରଙ୍କ କାହାଣୀ । ଜଣେ ବ୍ୟକ୍ତି ଯାହାଙ୍କୁ ପାରମ୍ପରିକ ଜଙ୍ଗଳି କୁକୁର କାମୁଡି ଦେଇଛି । ଆଉ ଏହାପରେ ସେ ନିଜେ କୁକୁର ଭଳି ନିଜକୁ ପରିବର୍ତ୍ତନ କରୁଛନ୍ତି । ବରୁଣ ଓ କ୍ରିତି କିଛିଦିନ ତଳେ ସେମାନଙ୍କର ଫାଷ୍ଟ ଲୁକ୍ ଶେୟାର କରିଥିଲେ । ପୋଷ୍ଟର ଶେୟାର କରି ବରୁଣ ଲେଖିଥିଲେ ଭେଡିଓଙ୍କ ସହ ଖୁବ ଜୋର ଚିଲ୍ଲାଇବାକୁ ପ୍ରସ୍ତୁତ ହୁଅନ୍ତୁ । ଏପଟେ କ୍ରିତି ତାଙ୍କ ଫାଷ୍ଟ ଲୁକ ଶେୟାର କରି ଲେଖିଥିଲେ ଡାକ୍ତର ଅନିକା ସହ ମିଶନ୍ତୁ! ଜଙ୍ଗଲି କୁକୁରଙ୍କ ଡାକ୍ତର! କ୍ରିତି ଓ ବରୁଣ ଏକାସହ ଦ୍ୱିତୀୟ ଥର ପାଇଁ ଏହି ମୁଭିରେ ନଜର ଆସିଛନ୍ତି । ପ୍ରଥମେ ଏହି ଷ୍ଟାର ଯୋଡି ‘ଦିଲୱାଲେ’ରେ ନଜର ଆସିଥିଲେ ।

Share